୨୫ ସେପ୍ଟେମ୍ବର ୨୦୧୮ ମଙ୍ଗଳବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୫ଟି ରାଶି ଉପରେ ରହିବ ହନୁମାନ ଙ୍କ କୃପା

rasi-NEW

ମେଷ :ଣୟ ପ୍ରସଂଗ ଆପଣଙ୍କ ଦିନକୁ ଆନନ୍ଦିତ କରିବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ପରିଚୟ ହେବ ଏବଂ ମିତ୍ରତା ବଢ଼ିବ। ଛୋଟ ଯାତ୍ରାରେ ଆନନ୍ଦପ୍ରଦ ପର୍ଯ୍ୟଟନ ହେବ। ସମାଜିକ ମାନ-ସମ୍ମାନରେ ବୃଦ୍ଧି ହେବ। ବାହନସୁଖ ପ୍ରାପ୍ତ ହେବ। ଭାଗିଦାରୀରେ ଲାଭ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ମାନସିକ ରୂପରେ ପ୍ରସନ୍ନତା ରହିବ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ। ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଦୈନିକ କାର୍ଯ୍ୟଗୁଡ଼ିକରେ କିଛି ଅବରୋଧ ଆସିପାରେ। ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଗଣଙ୍କ ସହିତ ତାଳମେଳ ବନାଇ ରଖିବେ। ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

ବୃଷ : ମାତାଙ୍କର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ। ସ୍ଥାୟୀ ସଂପତ୍ତିର କାଗଜପତ୍ର ଉପରେ ଆଜି ହସ୍ତାକ୍ଷର କରନ୍ତୁ ନାହିଁ ପରେ ଦେଖିଚାହିଁ କରିବେ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟରେ ସୁଧାର ହେବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ। ରଚନାତ୍ମକ କ୍ଷମତା ଭଲ ରହିବ। ପ୍ରତିକାର- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ମିଥୁନ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ।ପ୍ରତିକାର- ବୃଦ୍ଧ, ବୃଦ୍ଧାଙ୍କୁ ଭୋଜନ ଦିଅନ୍ତୁ

କର୍କଟ : ପରିଜନମାନଙ୍କ ସହିତ ବାତାବରଣ ଚିନ୍ତାପୂର୍ଣ୍ଣ ହୋଇପାରେ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ ବିଚାର ଅପେକ୍ଷା କମ ସଫଳତା ମିଳିବ। ମଧ୍ୟାହ୍ନ ପରେ ଆପଣଙ୍କ ସମୟ ଭଲ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଇ-ଭଉଣୀମାନଙ୍କଠାରୁ ଆପଣଙ୍କୁ ଲାଭ ମିଳିବ। ଚାକିରିରେ ପ୍ରତିଷ୍ଠା ବଢ଼ିବ।ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ସିଂହ : ନୂଆ ଯୋଜନାର ପ୍ରାରମ୍ଭ ପାଇଁ ଆଜି ଅନୁକୂଳ ଦିନ। ସରକାରୀ ଲାଭ ତଥା ଉଚ୍ଚାଧିକାରିମାନଙ୍କ କାର୍ଯ୍ୟର ଉଚିତ ଫଳ ମିଳିପାରେ। ଭାଇ-ବନ୍ଧୁମାନଙ୍କମଧ୍ୟରେ ଥିବା ମନମାଳିନ୍ୟ ଦୂର ହୋଇପାରେ। ବୈଚାରିକ ରୂପରେ ପରିବର୍ତ୍ତନର ସମ୍ଭାବନା ଅଛି। ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ।ଆଜି ଆପଣଙ୍କ ମଧ୍ୟରେ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସଞ୍ଚାର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ଦୈନିକ କାର୍ଯ୍ୟ ଭଲ ଭାବରେ କରି ପାରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଆଗରେ ବିଜୟ ପ୍ରାପ୍ତ ହେବ। ସହକର୍ମିମାନଙ୍କର ସହଯୋଗ ମିଳିବ।ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କନ୍ୟା : ଆଜି ସମ୍ପୂର୍ଣ୍ଣ ଆତ୍ମବିଶ୍ଵାସ ରହିବ। କୌଣସି କାର୍ଯ୍ୟକୁ କରିବା ପାଇଁ ଆପଣ ତ୍ଵରିତ ନିର୍ଣ୍ଣୟ ନେଇପାରନ୍ତି। ପିତାଙ୍କ ତରଫରୁ ଲାଭ ହେବ। ସାମାଜିକ ମାନ-ପ୍ରତିଷ୍ଠାରେ ବୃଦ୍ଧି ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସ୍ୱାସ୍ଥ୍ୟର ଧ୍ୟାନ ରଖିବେ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ

ତୁଳା-
ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ। ମାନସିକ ଦୁଶ୍ଚିନ୍ତା, ଶତୃବାଧା ଦୂରେଇ ଯିବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ପାରିବାରିକ କ୍ଷେତ୍ରରେ ସ୍ନେହ  ସଦ୍ଭାବ ବଜାୟ ରହିବ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ। ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ। ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ। ପାରିବାରିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସଂଘର୍ଷ ଦ୍ୱାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ପ୍ରତିକାର- ଚଣାଡାଲି ମନ୍ଦିରରେ ଦାନ କରନ୍ତୁ।

ବିଛା-
ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ଫଳରେ ସମୟ ହସ ଖୁସିରେ ବିତିବ। ସଂଘର୍ଷ ଦ୍ୱାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ମହିଳାମାନେ ଉଚିତ୍ପନ୍ଥା ଗ୍ରହଣ କରିବେ। ସ୍ୱାସ୍ଥ୍ୟରେ ସାମାନ୍ୟବ୍ୟତିକ୍ରମ ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ସମାଲୋଚନାର  ଶରବ୍ୟ ହେବେ ଓ କେତେକ ବ୍ୟକ୍ତିଙ୍କ ଆତ୍ମକୈନ୍ଦ୍ରିକ ସ୍ଥିତିରୁ ସେମାନଙ୍କ ସହଯୋଗ ହରାଇବାର ଆଶଙ୍କାବି ରହିଛି। ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି ହେବ। ବ୍ୟବସାୟ କ୍ଷେତ୍ରରେ ନିଜ ଲୋକ ମନମୋଟିଆ ହେବେ ଓ ମାନସିକ ଚିନ୍ତା ବୃଦ୍ଧି ହେବ। ପ୍ରତିକାର:- ଷଣ୍ଢ ଓ ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ-
ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ। ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପ୍ରତିଯୋଗିତାରେ ବିଜୟୀ ହେବେ। ପାରିବାରିକସ୍ତର ହସ ଖୁସିରେ କଟିବ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ହେବ। ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆଉତ୍ସାହ ନେଇ କାମ କରିବେ। ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ। ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପ୍ରତିକାର-କୁକୁରକୁ ଗୁଡ ରୁଟି ଖୁଆନ୍ତୁ।

ମକର-
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ। ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ। କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ। ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗ କରି ବାଣ୍ଟିଦିଅନ୍ତୁ।

କୁମ୍ଭ-
ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ନାନା ସମସ୍ୟାର ସମାଧାନହେବ। ଅବଶ୍ୟକ ଅର୍ଥ ହାତ ପଇଠ ହୋଇ କାମରେ ଲାଗିଯିବ। ସ୍ୱାସ୍ଥ୍ୟରେ ସାମାନ୍ୟବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମୀନ-
ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ। କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ। ସଭାସମିତି,କଳା,କ୍ରୀଡ଼ା,ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ। ରାଜନୀତିରେ ସଫଳହେବେ। ପ୍ରତିକାର:-ଅସହାୟଙ୍କର ସେବା କରନ୍ତୁ।

Leave a Reply

Your email address will not be published. Required fields are marked *