ଯଦି ବ୍ୟାଙ୍କ ଆକାଉଣ୍ଟ ଥାଏ ତେବେ ନିଶ୍ଚୟ ପଢି ରଖନ୍ତୁ ଏ ଖବର, ନଚେତ ହୋଇଯିବ ଅସୁବିଧା

ଆଜିକାଲି ସମସ୍ତଙ୍କ ପାଖରେ ସବୁ ବ୍ୟାଙ୍କ୍ ର ଏକାଉଣ୍ଟ ଅଛି , ହେବା ବି ଜରୁରୀ କାରଣ କେଉଁ ଜାଗାରେ କେଉଁ ବ୍ୟାଙ୍କ୍ ଦରକାର ପଡିଯିବ , ସବୁ ଲୋକ ଅଲଗା ଅଲଗା ବ୍ୟାଙ୍କ୍ ରେ ଖାତା ଖୋଲିଥାନ୍ତି । ଯାହାଦ୍ୱାରା ସେମାନେ ପଛରେ ହଇରାଣ ହୁଅନ୍ତି , ସେହି ଏକାଉଣ୍ଟଗୁଡିକୁ ଚଳାଇବା ମୁସ୍ କିଲ୍ ହୋଇଯାଏ । ଯଦି ଆପଣ ଜଣେ ବିଜ୍ ନେସ୍ ମ୍ୟାନ୍ ଅଟନ୍ତି । ତେବେ ଆପଣଙ୍କ ଲେଣଦେଣ ଅଧିକା ହେଉଥିବ , ଏମିତିରେ ଆପଣ ଚାହିଁଲେ ଗୋଟେ ରୁ ଅଧିକା ଏକାଉଣ୍ଟ ଖୋଲି ପାରିବେ । ଯଦି ଆପଣଙ୍କର ଗୋଟେ ରୁ ଅଧିକା ବ୍ୟାଙ୍କ୍ ରେ ଏକାଉଣ୍ଟ ଅଛି , ତେବେ ସେହିଥିରୁ ହେଉଥିବା କ୍ଷତି ବିଷୟରେ କହିବାକୁ ଯାଉଛୁ ।

ଧରିନିଅନ୍ତୁ ଆପଣଙ୍କ ଅତ୍ୟାଧିକ ବ୍ୟାଙ୍କ୍ ଏକାଉଣ୍ଟ ଅଛି , ଆପଣଙ୍କୁ ସେହି ଏକାଉଣ୍ଟଗୁଡିକୁ ସମ୍ଭାଳିବାରେ ବହୁତ ଅସୁବିଧା ହେଉଥିବ , ଏହା ଛଡା ସମୟର ଅଭାବ ଯୋଗୁଁ ସବୁ ଖାତାର ହିସାବ ରଖିପାରୁନଥିବେ । ଯାହାଦ୍ୱାରା ସୁରକ୍ଷା ସଂବନ୍ଧିତ ଅସୁବିଧା ସହିବାକୁ ପଡୁଥିବ , ଯେଉଁ ଖାତା ଗୁଡିକୁ ଆପଣ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି ସେଇ ଖାତା ଗୁଡିକୁ ବନ୍ଦ କରିଦେବା ଉଚିତ୍ ହେବ ,

ଯେବେ ଆପଣ ସଞ୍ଚୟ ଖାତା ଖୋଲୁଛନ୍ତି , ସେଥିରେ ଏକ ନିର୍ଦ୍ଧାରିତ ରାଶି ହୋଇଥାଏ , ଯେଉଁଠି କିଛି କମ୍ ରାଶି ତଳେ ରଖିପାରିବା ନାହିଁ , ମିନିୟମ୍ ବାଲାନ୍ସ ରଖିବା ସବୁ ବ୍ୟାଙ୍କ୍ ର ଅଲଗା ଅଲଗା ହୋଇଥାଏ । ବହୁତଥର ମିନିୟମ୍ ବାଲାନ୍ସ ନ ରଖିବା କାରଣରୁ ୪% ପ୍ରତିଶତ ସୁଧରୁ ବଞ୍ଚିତ ହୋଇଯାଇଥାଉ , ସେମିତି ଆପଣଙ୍କ ଏକାଉଣ୍ଟରେ ୫ ହଜାରରୁ ୧୦ ହଜାର ମଧ୍ୟରେ ରହିବା ଜରୁରୀ ହୋଇଥାଏ । ଆପଣ ଏବେ ଭାବୁ ଥିବେ କି ଯଦି ଗୋଟେ ରୁ ଅଧିକା ଏକାଉଣ୍ଟ ଥିବ ତେବେ କିପରି ଜମା କରିବେ , ଯାହାପାଇଁ ଆପଣଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ  ।

ବ୍ୟାଙ୍କ୍ ଦ୍ୱାରା ଲାଗୁ ହେଉଥିବା ଅତିରିକ୍ତ ଶୁଳ୍କ :

ଯେଉଁ ଖାତା ଗୁଡିକ ସଞ୍ଚୟ ଖାତା ହୋଇଥାଏ ତାହା ମାଗଣା ହୋଇନଥାଏ । ଏଥିପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡିଥାଏ , ଆପଣଙ୍କ ଡେବିଟ୍ କାର୍ଡମ୍ SMS ଆଲର୍ଟମ୍ ଏଟିଏମ୍ ଆଦି ବ୍ୟବହାର କରିବା ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡୀଥାଏ । ଯଦି ଆପଣଙ୍କ ଖାତାରେ ନିର୍ଦ୍ଧାରିତ ଟଙ୍କା ନାହିଁ ତେବେ ବ୍ୟାଙ୍କ୍ ଆପଣଙ୍କୁ ଅତିରିକ୍ତ ଶୁଳ୍କ ନେଇଥାଏ , ଯଦି ଅଧିକା ଏକାଉଣ୍ଟ ଥିବ ତେବେ ସେଥିରେ ପଇସା ଭରୁନଥିବେ ତେବେ ସେ ଏକାଉଣ୍ଟ ବନ୍ଦ ହୋଇଯିବ ,

ଏମିତି ଆପଣ କେବେ ବି ଚାହିଁବେନି କି ଏକାଉଣ୍ଟ ବନ୍ଦ ହେଉ ବୋଲି । ଅଧିକା ବ୍ୟାଙ୍କ୍ ଏକାଉଣ୍ଟ ହେବାର ଅସୁବିଧା ସାମନା କରିବାକୁ ପଡିଥାଏ । ଅଧିକ ସୁଧ ଓ ଇନକମ୍ ଜେନେରେଟିଙ୍ଗ୍ ଏକାଉଣ୍ଟ ହେବା କାରଣରୁ ଇନକମ୍ ଟ୍ୟାକ୍ସ ଫାଇଲ୍ କରୁଥିବା ସମୟରେ ବହୁତ ଅସୁବିଧା ଭୋଗିବାକୁ ପଡିଥାଏ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ କରୁଥିବା ସମୟରେ  ସବୁ ଡକ୍ୟୁମେଣ୍ଟ ଏକାଠି କରିବା ସମ୍ଭବପର ହୋଇନଥାଏ , ଏଥିପାଇଁ ନିଜ ସୁବିଧାର ଅନୁସାରେ ଖାତା ଖୋଲନ୍ତୁ ।

Leave a Reply

Your email address will not be published. Required fields are marked *