ଏମିତି ଏକ ଦେଶ, ଯେଉଁଠି ବାହା ହେବା ପାଇଁ କନ୍ୟା କିଣା ଯାଏ, ଗୋଟିଏ କନ୍ୟାର ଦାମ 27 ଲକ୍ଷ

କିଛି ମାସ ହେବ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଅନେକ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏହା ଥମିବାର ନାଁ ନେଉ ନାହିଁ । ପ୍ରତିଦିନ ତୈଳ ଦର ବଢ଼ୁଥିବା ବେଳେ ଏବେ ବିବାହରେ ଲୋକମାନେ ଉପହାର ଆକାରରେ ପେଟ୍ରୋଲ ଏବଂ ଡ଼ିଜେଲ ଦେଉଥିବାର ଦେଖାଯାଇଛି । ହେଲେ, ଭାରତରେ ବିବାହକୁ ନେଇ ଏ ପର୍ଯ୍ୟନ୍ତ କୌଣସି ସମସ୍ୟା ଦେଖାଯାଇ ନାହିଁ । ଯାହା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ରେ ଦେଖିବାକୁ ମିଳିଛି । ଚୀନ୍‌ରେ ଥିବା ଏକ ଗ୍ରାମରେ କନ୍ୟାର ବଢ଼ୁଥିବା ଦରକୁ ନେଇ ଚିନ୍ତିତ ହେବାରେ ଲାଗିଛନ୍ତି ସେଠାକାର ନାଗରିକ । ଧିରେ ଧିରେ କନ୍ୟାର ଦାମ ୨୭ଲକ୍ଷରେ ପହଞ୍ଚିଥିବା ବେଳେ ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିବା ଯୁବକମାନେ ଅବିବାହିତ ରହୁଥିବା ଜଣା ପଡ଼ିଛି । ଯାହା ଫଳରେ ଅବିବାହିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସୂଚନା ମୁତାବକ, ଚୀନ୍‌ର ରାଜଧାନୀ ବେଜିଂଠାରୁ ୪ଘଣ୍ଟାର ଦୂରତ୍ୱରେ ଥିବା ଡାନ୍‌ଲ୍ୟୁ ଗ୍ରାମରେ ଏହି ସମସ୍ୟା ଦେଖାଯାଇଛି । ଏଠାରେ କନ୍ୟାର ଦର ୨୭ଲକ୍ଷ ଥିବା ବେଳେ ଏହାକୁ କମ କରିବା ପାଇଁ ଦାବି କରିଛନ୍ତି ଗାଁ ଲୋକେ । ଚୀନ୍‌ରେ ମହିଳାଙ୍କ ତୁଳନାରେ ୩୦ଲକ୍ଷ ଅଧିକ ପୁରୁଷ ଥିବାରୁ କନ୍ୟାର ଅଭାବ ଦେଖାଯାଇଛି । ଯାହା ପାଇଁ ଏଭଳି ପରିସ୍ଥିତି ଉପୁଜିଛି । ଏହା ସହ ଚୀନ୍‌ରେ ୧୯୭୯-୨୦୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ଓ୍ଵାନ୍‌ ଚାଇଲ୍‌ଡ଼୍‍ ପଲିସି ଏଥି ପାଇଁ ଦାୟୀ ବୋଲି ଲୋକେ ଅଭିଯୋଗ କରୁଥିବା ବେଳେ ୨୦୧୫ ପରଠାରୁ ଏହାକୁ ହଟାଇ ଦିଆ ଯାଇଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ଯାଇଥିବାରୁ ଚୀନ୍‌ରେ କନ୍ୟା ଅଭାବର ପରିସ୍ଥିତି ସୃଷ୍ଟି ହୋଇଛି ।

କଥାଟି ଆପଣଙ୍କୁ ଆଶ୍ଚଯ୍ୟ ଲାଗୁଥିଲେ ବି ଏହା ସମ୍ପୁର୍ଣ୍ଣ ରୁପେ ସତ ଘଟଣା ଅଟେ । ଆପଣ ଏ ମଧ୍ୟ ଜାଣି ରଖନ୍ତୁ ଚୀନରେ ମହିଳାଙ୍କଠୁ ପୁରୁଷଙ୍କ ସଂଖ୍ୟ ବହୁତ ଅଧିକ, ଯେଉଁ କାରଣରୁ ଏଠାରେ ଗୋଟିଏ କନ୍ୟା କିଣିବା ପାଇଁ ବହୁତ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖା ଯାଇଥାଏ ।

ଏହି ପରିସ୍ତିତିରେ ପହଞ୍ଚିବା ପାଇଁ ଭାରତ ବି ଆଉ ବହୁ ଦୁରରେ ନାହିଁ । ଭାରତରେ ବଢୁଥିବା କନ୍ୟା ଭୃଣ ହତ୍ୟା ଯୋଗୁଁ ଏ ପରିସ୍ତିତି ଭାରତରେ ବହୁତ ଶିଘ୍ର ଦେଖା ଦେବ । ଏ ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ । ତଳେ ଗୋଟିଏ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *