24 ସେପ୍ଟମ୍ବର 2018 ସୋମବାର : ଆଜିର ରାଶିଫଳ, ମହାଦେବଙ୍କ କୃପା ରହିବ ଆଜି ଏହି ସବୁ ରାଶିଙ୍କ ଉପରେ

Aajira-Rasifala

ମେଷ

ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ବୃଷ

ଆଜି ଆପଣଙ୍କର ଆଖପାଖ ଲୋକ ଆପଣଙ୍କୁ ଭୁଲ ବୁଝିପାରନ୍ତି, ଏଥି ପାଇଁ ଆପଣଙ୍କର ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯାହାବି କୁହନ୍ତୁ ବୁଝି ସୁଝି କୁହନ୍ତୁ, ଯଦି ଆପଣଙ୍କର ଶବ୍ଦକୁ ଭୁଲ ବୁଝି ନିଆ ଯାଏ ତେବେ ଅସୁବିଧା ହୋଇପାରେ ।

ମିଥୁନି

ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ ।

କର୍କଟ

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।

ସିଂହ

ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି ।

କନ୍ୟା

ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ ।

ତୁଳା

ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି ।

ବିଛା

ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ ।

ଧନୁ

ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ ।

ମକର

ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ ।

କୁମ୍ଭ

ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ ।

ମୀନ

ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପୁରା ଦାୟିତ୍ତ୍ୱ ନିଅନ୍ତୁ ।

Leave a Reply

Your email address will not be published. Required fields are marked *