ସୁପର 4 ମୁକାବିଲାରେ ଭାରତଠୁ ହାରିବା ପରେ ପାକିସ୍ତାନ କହିଲା କିଛି ଏମିତି, ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ପାକିସ୍ତାନ ବିରୋଧରେ ପ୍ରଥମ ଓ୍ଵିକେଟରେ ସର୍ବବୃହତ୍ତ ଭାଗିଦାରୀ (ରୋହିତ-ଧାଓ୍ଵନ୍‌ଙ୍କ ୨୧୦ ରନ୍‌) ବଳରେ ଭାରତ ୯ ଓ୍ଵିକେଟ୍‌ରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି। ମାତ୍ର ୪ ଦିନ ଭିତରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିରୋଧରେ ୨ୟ ବିଜୟ ହାସଲ କରି ଏକ ନୂଆ ଇତିହାସ ରଚିଛନ୍ତି। ୨୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ୩୯.୩ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ଏହା ପୂରା କରିଛି। ଅଧିନାୟକ ରୋହିତ ଶର୍ମା ଅପରାଜିତ ୧୧୧ ରନ୍‌(୧୧୯ ବଲ, ୭ ଚୌକା, ୪ ଛକା) ସଂଗ୍ରହ କରିଥିବା ବେଳେ ଶିଖର ଧାଓ୍ଵନ ୧୧୪ ରନ୍‌ (୧୦୦ ବଲ, ୧୬ ଚୌକା, ୨ ଛକା) ଦଳ ପାଇଁ ଯୋଗଦାନ ଦେଇଛନ୍ତି। ଅମ୍ବାତି ରାୟଡୁ ଅପରାଜିତ ୧୨ ରନ୍‌ ଯୋଡ଼ିଛନ୍ତି। ଶିଖର ଧାଓ୍ଵନ ସୋଏବ ମଲ୍ଲିକଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ।

ସୁପର-୪ ମୁକାବିଲାର ଅନ୍ୟତମ ମ୍ୟାଚରେ ପାକିସ୍ତାନ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ ହରାଇ ୨୩୭ ରନ୍‌ ସଂଗ୍ରହ କରିଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ମ୍ୟାଚରେ ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବୋଲିଂ କରିଥିଲା। ଭାରତକୁ ମ୍ୟାଚ ବିଜୟ ପାଇଁ ୨୩୮ରନ୍‌ ଟାର୍ଗେଟ ମିଳିଥିଲା। ପାକିସ୍ତାନ ୨୩୪ ରନ୍‌ରେ ସାଦବ ଖାନ୍‌ଙ୍କୁ ହରାଇଥିଲା। ସାଦବ ୧୬ଟି ବଲ ଖେଳି ୧୪ ରନ୍‌ ସଂଗ୍ରହ କରିବା ପରେ ଯଶପ୍ରୀତ ବୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।

ହେଲେ ଦୁଇ ଦୁଇଥର ହାରିବା ପରେ ମଧ୍ୟ ପାକିସ୍ତାନର ଗର୍ବ ଭାଙ୍ଗିନାହିଁ । ହାରି ସାରିବା ପରେ ହୋଇଥିବା ପ୍ରେସ କନଫରେନ୍ସରେ ଫୁଣି ଭାରତକୁ ତସ୍ଚଲ୍ୟ କରି କହିଛନ୍ତି, ପାକିସ୍ତାନ କ୍ୟାପଟେନ । ସେ ଏ ମଧ୍ୟ କହିଛନ୍ତି କି ଯଦି ଫାଇନାଲ ଖେଳିବାର ସୁଯୋଗ ମିଳେ ପାକିସ୍ତାନକୁ , ତେବେ ସେ ଫାଇନାଲ ରେ ଭାରତଠୁ ନିଶ୍ଚୟ ପ୍ରତିଶୋଧ ନେବେ । ହେଲେ ଅପର ପକ୍ଷରେ ଭାରତ 4ଟି ମ୍ୟାଚରୁ 4ଟି ଯାକ ଜିତି ପଏଣ୍ଟ ଟେବୁଲର ଶ୍ରୀର୍ଷ ସ୍ତାନ ଅଧିକାର କରିବା ସହିତ, ଅପ୍ରତିଦ୍ବନ୍ଦି ରୁପେ ଫାଇନାଲ ରେ ପ୍ରବେଶ କରିଛି । ଭାରତଠୁ ଦୁଇ ଦୁଇ ଥର ହାରିବା ପରେ ମଧ୍ୟ ଏବେ ଯାଏ ପାକିସ୍ତାନର ଗର୍ବ ଭାଙ୍ଗିନି । ଯିଏ ଆମ ଖେଳାଳୀ ମାନଙ୍କଠୁ ଗୋଟେ ମ୍ୟାଚ ଜିତି ପାରୁ ନାହାନ୍ତି, ସେ ଆମ ସୌନୀକ ମାନଙ୍କଠୁ କସ୍ମୀର ଜିତିବାର ସ୍ବପ୍ନ ଦେଖୁଛନ୍ତି ।

ଯଦି ଆପଣ ଭାରତୀୟ ଖେଳାଳୀ ଓ ସୌନୀକ ମାନଙ୍କ ପାଇଁ  ଗର୍ବ କରନ୍ତି, ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ । ଏବଂ ତଳେ ଗୋଟିଏ ଲାଇକ କରିବାକୁ ଭୁଲିବେନି । ଜୟ ହିନ୍ଦ, ଜୟ ଭାରତ ।

Leave a Reply

Your email address will not be published. Required fields are marked *