ଏ ଦୁଇଦିନ ତଳେ ଆସିଥିବା ସାମୁଦ୍ରିକ ଝଡ ଡାଏର ପ୍ରଭାବ କମିଯାଇଥିଲେ ମଧ୍ୟ ରାଜ୍ୟର କେତେକ ସ୍ତାନରେ ଘଡ ଘଡି ସହ ବର୍ଷା ଜାରି ରହିଛି । ଏହି ସମୟରେ ପାଣିପାଗ ବିଭାଗ ଜାରି କରିଛି ଆଉ ଏକ ସର୍ତକ ସୁଚନା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଗାମୀ 24 ରୁ 48 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ସହ ଘଡ ଘଡି ମାରିବାର ସମ୍ଭାବନା ରହି ଅଛି । ପାଣି ପାଗ ବିଭାଗ 10 ଟି ଜିଲ୍ଲା ପାଇଁ ସର୍ତକ ସୁଚନା ଜାରି କରିଛି । ପାଣିପାଗ ବିଭାଗ ଏ ମଧ୍ୟ କହିଛି କି ଆଗାମୀ 2 ଦିନ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଛି ।
୧୦ରୁ ଊର୍ଧ୍ୱ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋମବାର ଭୁବନେଶ୍ୱର ଆଞ୍ଚଳି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଆଗମୀ ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନକରା ଯାଇଛି ।
ତେଣୁ ଘଡ଼ଘଡ଼ି ବିଜୁଳି ମାରୁଥିବା ଥିବା ସମୟରେ କାରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଖୋର୍ଦ୍ଧା ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଗତକାଲି ଅନୁଗୁଳ, ଗଞ୍ଜାମ, ଢ଼େଙ୍କାନାଳ, ଯାଜପୁର, ସୋନପୁର, କେନ୍ଦୁଝର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହୋଇଥିଲା। ଏହି ବର୍ଷା ହେତୁ କେତେକ ସ୍ଥାନରେ ପାଣି ଜମି ରହିଥିବା ହେତୁ ଯାତାୟାତାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହୋଇଥିଲା।
ଏହି ଖବରକୁ ଅଧିକରୁ ଅଧିକ ସେୟାର କରି ସେହି ଅଞ୍ଚଳର ଲୋକ ମାନଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ । ତଳେ ଗୋଟିଏ ଲାଇକ କରିବାକୁ ଭୁଲିବେନି । ଉପରେ ପେଜରେ ଲାଇକ କରି ସମସ୍ତ ଖବର ସର୍ବ ପ୍ରଥମେ ପାଇ ପାରିବେ ।