ଦେଖନ୍ତୁ କାଲିର ମ୍ୟାଚର ଧୋନିଙ୍କର ଅଦ୍ଭୁତ କାରନାମ, ଦେଖିଲା ପରେ ତମେ ଧୋନୀଙ୍କୁ ଅଧିକ ସମ୍ମାନ କରି ବସିବେ

କାଲିର ମ୍ୟାଚରେ ବହୁତ ଗୁଡିଏ ବଡ ଘଟଣା ଘଟି ଯାଇଛି, କାଲି ଧୋନି ଏମିତି କିଛି କାମ କରିଛନ୍ତି, ଯାହା ଜାଣିଲେ ଧୋନିଙ୍କ ପ୍ରତି ତୁମର ସମ୍ମାନ ଆହୁରି ଅଧିକ ହୋଇଯ଼ିବ ।ପାକିସ୍ତାନର ଓପନର ବ୍ୟାଟସ୍‌ମ୍ୟାନ୍‌ ଫଖର ଜମାନ ଭାରତ ବିରୋଧରେ  ଅଦ୍ଭୁତ ଶୈଳୀରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଇନିଂସର ୧୫ତମ ଓଭରରେ କୁଲଦୀପ ଯାଦବଙ୍କ ବଲ ଫଖର ଜମାନ ସ୍ୱୀପ ଖେଳିବାକୁ ଉଦ୍ୟମ କରୁଥିବା ବେଳେ କ୍ରିଜରେ ଗଳି ପଡ଼ିଲେ। ଏହା ପରେ ବଲ ଯାଇ ଜଙ୍ଘରେ ଲାଗିଥିଲା। ଅମ୍ପାୟାର ନିଷ୍ପତ୍ତି ଶୁଣାଇବାରେ ଟିକିଏ ବି ବିଳମ୍ବ କରି ନଥିବା ବେଳେ ଫଖର ୩୧ ରନ ସଂଗ୍ରହ କରି ପାଭଲିଅନ୍‌ ଫେରିଥିଲେ।

ଫଖରଙ୍କ ପରେ ଅଧିନାୟକ ସର୍ଫରାଜ ଅହମଦ ବ୍ୟାଟିଂ କରିବାକୁ ଆସିଥିଲେ। ବାବର ଆଜମଙ୍କ ସହିତ ସର୍ଫରାଜ ରନର ଗତି ବଢ଼ାଇବାକୁ ଉଦ୍ୟମ କରୁଥିବା ବେଳେ ବାବର ଆଉଟ୍‌ ହୋଇ ଯାଇଥିଲେ। ପଡ଼ିଆରେ ଭୁଲ ବୁଝାମଣା ଯୋଗୁଁ ବାବରଙ୍କୁ ରବୀନ୍ଦ୍ର ଜାଦେଜା ରନ ଆଉଟ କରିଥିଲେ। ଶ୍ରେଷ୍ଠ ସ୍ତରର ବ୍ୟାଟସ୍‌ମ୍ୟାନ ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି। ବାବର ୯ ରନ ସଂଗ୍ରହ କରି ଚହଳଙ୍କ ବଲରେ ରନ ଆଉଟ୍‌ ହୋଇ ଫେରିଥିଲେ।

ଭାରତର ଅଧିନାୟକ ରୋହିତ୍ ଶର୍ମା ଓ ୟଜୁବେନ୍ଦ୍ର ଚହଲ ଆଠ ଓଭରରେ ପ୍ରଥମ ବଦଳା ହୋଇଥିବା ବୋଲର୍ ରୂପେ ଆଣିଥିଲେ , ସେ ଆଠ ଓଭରରେ ଶେଷ ଡେଲିଭରି ବଲ୍ ରେ ପାକିସ୍ଥାନୀ ସଲାମୀ ବ୍ୟାଟ୍ସ ମ୍ୟାନ ଇମାମ୍ ଉଲ୍ ହକ୍ ଙ୍କୁ ଲାଇନ୍ ରେ ବଲ୍ ଖେଳିବା ପାଇଁ ପ୍ରୟାସ କରିଥିଲେ , କିନ୍ତୁ ସେ ବଲ କୁ ପୁରା ଭାବେ ଗାୟବ କରିଦେଲେ । ବଲ୍ ସେ ନିଜ ପ୍ୟାଡ୍ ଓ ଷ୍ଟମ୍ପ ମଧ୍ୟରେ ମାରି ଦେଇଥିଲେ ଯେଉଁ ଥିରେ ଖେଳାଳୀମାନେ ବହୁତ ଅପିଲ୍ କଲେ , ଅମ୍ପାୟାର୍ ରୁଚିରା ପଲ୍ଲିୟାଗୁରୁଜ ବୋଲର୍ ଙ୍କ ପକ୍ଷରେ ନିଜର ଫଇସଲା ଦେଇ କହିଥିଲେ , ଏହାପରେ ତୁରନ୍ତ ଧୋନୀ ତୁରନ୍ତ ସମୀକ୍ଷା କରିବାପାଈଁ ରୋହିତ୍ ଙ୍କୁ କହିଥିଲେ ।

ସମୀକ୍ଷା ଜଣାପଡିଲା କି ସେହି ବଲ୍ ପ୍ରକୃତରେ ଆଉଟ୍ ଥିଲା , ଓ ଧୋନୀ ଠିକ୍ ଡିଆର୍ ଏସ୍ ନେଇଥିଲେ , ଧୋନୀଙ୍କର ଏହି ଡି.ଆର.ଏସ ନବା ଘଟଣା ଏବେ ସବୁଠାରେ ଚର୍ଚା  । D.R.S କୁ କିଛି ଲୋକ ଧୋନୀ ରିଭିୟୁ ସିଷ୍ଟମ ବୋଲି କହିଲେଣି  । ପ୍ରକୃତରେ ଧୋନୀ ଜଣା ବୁଦ୍ଧିମାନ ଓ ଚତୁର କ୍ୟାପଟେନ  । ଜଦି ଆପଣ ବି ଧୋନୀ ଓ ଭାରତୀୟ ଦଳକୁ ପସନ୍ଦ କରନ୍ତି ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର କରିବେ ଓ ତଳେ ଲାଇକ ନିଶ୍ଚୟ କରିବେ  । ଧୋନୀଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ  ।

Leave a Reply

Your email address will not be published. Required fields are marked *