ଆପଣ କରୁଥିବା ଏହି 4ଟି ସାଧାରଣ ଭୁଲ ପାଇଁ ନଷ୍ଟ ହୋଇଯିବ ଆପଣଙ୍କ କିଡନି, ଏବେ ହିଁ ଜାଣି ରଖନ୍ତୁ

ମନୁଷ୍ୟ ଶରୀରରେ ଆନେକ ଗୁଡିଏ ଅଙ୍ଗ ପ୍ରତେଙ୍ଗ ଅଛି, ସେ ସବୁ ମଧ୍ୟରୁ କିଡନ୍ ହେଉଛି ଅନ୍ୟତମ। ଏହାର ଉଚିତ ରୁପେ ଦେଖା ଶୁଣା ନକଲେ ଏହି ଖରାପ ହେବାର ସମ୍ଭାବନ ବହୁତ ଅଛି । ଅମ ନିତି ଦିନିଆ ଜୀବନରେ ଆମେ କରୁଥିବା କିଛି ସାଧାରଣ ଭୁଲ ପାଇଁ ନଷ୍ଟ ହୋଇଯାଏ ଆମ କିଡନି୍ ।କିଡ଼୍‍ନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡ଼୍‍ନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ

୧. ପାଣି ପିିିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ । କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼୍‍ନିକୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ଼୍‍ନି ଖୁବ୍‌ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

୨. ଅଧିକ ମାତ୍ରରେ ପେନ୍‌ କିଲର ଖାଇବା ଦ୍ୱାରା ଏହା କିଡ଼୍‍ନି ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରରେ ପେନ୍‌ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡ଼୍‍ନିର ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।

୩. ଖାଇବା ପ୍ରସ୍ତୁତ ହେବା ପରେ ଯେଉଁ ଲୋକମାନେ ତା’ ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡ଼୍‍ନି ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡ଼ିୟମ ସହଜରେ ବାହାରି ନ ପାରି କିଡ଼୍‍ନି ଉପରେ ଖରାପ ପ୍ରଭାବ ପକାଇଥାଏ ।

୪. କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡ଼୍‍ନି ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

ଯଦି ଆପଣ ନିଜ ଲୋକଙ୍କୁ ସୁରକ୍ଷୀତ ରଖିବାକୁ ଚାହୁଁଛନ୍ତି, ତେବେ ଏବେ ହିଁ ଏ ପୋଷ୍ଟକୁ ସେୟାର କରନ୍ତୁ  । ତଳେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ  ।

Leave a Reply

Your email address will not be published. Required fields are marked *