ଆଜି ଭାରତ ପାକିସ୍ତାନ ସୁପର-୪ ମୁକାବିଲା, ପାକିସ୍ତାନ ଭାରତ ବିରୁଦ୍ଧରେ ଏମିତି କିଛି କହିଲା, ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ

ଏସିଆ କପରେ ଆଜି ସୁପର-୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଲିଗ ପର‌୍ୟ୍ୟାୟରେ ଏହି ଦୁଇ ଦଳ ମଧ୍ୟରେ ହୋଇଥିବା ମମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ଖୁବ ସହଜରେ ପରାସ୍ତ କରିଥିବା ବେଳେ ଆଜି ପାକିସ୍ତାନ ଲିଗ ମ୍ୟାତର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଭାରତୀୟ ଦଳ ଏସିଆ କପ କ୍ରିକେଟ ୨୦୧୮ରେ ଏକମାତ୍ର ଅପରାଜୟ ଦଳ ହୋଇଥିବା ବେଳେ ଆଜିର ମ୍ୟାଚକୁ ଜିତି ସିଧାସଳଖ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ରୋହିତ ଶର୍ମାଙ୍କ ଅଧିନରେ ଭାରତୀୟ ଦଳ ବେଶ ଭଲ ପ୍ରଦର୍ଶନ କରିଛି । ବାଂଲାଦେଶ ବିପକ୍ଷରେ ସୁପର-୪ରେ ଭାରତୀୟ ଦଳ ଦମଦାର ଖେଳ ପ୍ରଦର୍ଶନ କରିଥିବାରୁ ସମାନ ଦଳ ସହ ଆଜି ରୋହିତ ପଡିଆକୁ ଓହ୍ଲାଇପାରନ୍ତି । ଆଜିର ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୫ଟାରେ ଆରମ୍ଭ ଦେବ । ଏହାର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ୧ ଓ ୩ ରେ ହେବ ।

ଆମେ ସମସ୍ତେ ଜାଣିଛେ ଭାରତ ଓ ପାକିସ୍ତାନ ସବୁବେଳେ ପରଷ୍ପର ଶତ୍ରୁ ହୋଇ ଉଭା ହେଉଛନ୍ତି । ଲିଗ ମ୍ୟାଚ ହାରିବା ପରେ ପାକିସ୍ତାନ ଏବେ ପୁରା ରକ୍ତ ମୁଖା ହୋଇ ଅଛି । ଗତକାଲି ହୋଇଥିବା ପ୍ରେସ କନଫରେନ୍ସରେ ପାକିସ୍ତାନର କ୍ୟାପଟେନ ସରଫରାଜ  ଅହମଦ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି, ଜାହାକୁ ଶୁଣି ପ୍ରତିଟି ଭାରତୀୟଙ୍କ ରକ୍ତ ଗରମ ହୋଇ ଉଠିବ ।

ଯେବେ ସାମ୍ବାଦିକ ମାନେ ପଚାରିଲେ କି ଆଜିର ମ୍ୟାଚରେ ତୁମର ଲକ୍ଷ କଣ ରହିବ, ସେତେବେଳେ ପାକିସ୍ତାନର କ୍ୟାପଟେନ କହିଲେ କି ଭାରତର ଖେଳାଳୀଙ୍କୁ ଆଜି କନ୍ଦେଇବା ଆମର ଲକ୍ଷ ରହିବ । ଆଉ ମଧ୍ୟ ସେ କହିବାକୁ ପଛେଇଲେନିକି ଭାରତ ଆମଠୁ ସବୁବେଳେ ହାରୁଥିଲା ଆଉ ଆଜିର ମ୍ୟାଚରେ ହାରିବ ମଧ୍ୟ । ହେଲେ ପ୍ରକୃତ ରେକଡକୁ ଦେଖିଲେ , ପାକିସ୍ତାନ ଭାରତଠୁ ବହୁତ ପଛରେ ଅଛି ।

ତାଙ୍କର ଏହି ଉକ୍ତିକୁ ନେଇ ଏବେ ଚାରି ଆଡେ ଚର୍ଚା ଯୋର ଧରିଛି । ହେଲେ ଭାରତୀୟ ଖେଳାଳୀ ମାନେ ତାଙ୍କ ମନ୍ତବ୍ୟରେ ଧ୍ୟାନ ନଦେଇ ମ୍ୟାଚ ଜିତି ପାକିସ୍ତାନକୁ କଡା ଜବାବ ଦେବାକୁ ଚାହୁଁଛନ୍ତି । ପ୍ରଥମ ମ୍ୟାଚକୁ ଛାଡିଦେଲେ ଭାରତୀୟ ଦଳ ଅନ୍ୟ ସମସ୍ତ ମ୍ୟାଚଗୁଡିକୁ ସହଜରେ ଜିତିନେଇଛି । ଏହି ବିଜୟରେ ଭାରତୀୟ ବୋଲରମାନଙ୍କର ବିଶେଷ ଭୂମିକା ରହିଛି । ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ହେବାରୁ ବାଂଲାଦେଶ ବିପକ୍ଷରେ ତାଙ୍କ ସ୍ଥାନରେ ଦଳକୁ ଫେରିଥିବା ରବିନ୍ଦ୍ର ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଯାହା ଭାରତ ପାଇଁ ଆଉ ଏକ ଶୁଭ ସଂକେତ ବୋଲି କୁହାଯାଇପାରେ । ଏହି ପ୍ରଦର୍ଶନ ଜାରି ରହିଲେ ଗତ ଏସିଆ କପ ଚାମ୍ପିୟନ ଚଳିତ ବର୍ଷର ମଧ୍ୟ ଚାମ୍ପିୟନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଯଦି ଆପଣ ଚାହାନ୍ତି ଭାରତ ଆଜିର ମ୍ୟାଚ ଜିତୁ, ତେବେ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସବୁ ଭାରତୀୟଙ୍କ ପାଖେ ପହଞ୍ଚାନ୍ତୁ  । ଭାରତୀୟ ଟିମକୁ ପସନ୍ଦ କରୁଥିଲେ ତଳେ ଗୋଟିଏ ଲାଇକ ନିଶ୍ଚୟ କରିବେ  ।

Leave a Reply

Your email address will not be published. Required fields are marked *