ରବିବାର ଅନନ୍ତ ଚତୁର୍ଦ୍ଦଶୀ : କରି ଦିଅନ୍ତୁ ଏହି କାମ ହୋଇଯିବ ସବୁ ଇଛ୍ଛା ପୁରଣ

ହିନ୍ଦୁ ଧର୍ମରେ ଅନେକ ପର୍ବ ପର୍ବାଣୀ ରହିଅଛି, ଅନେକ ଦେବା ଦେବୀଙ୍କର ପୂଜା ମଧ୍ୟ କରାଯାଏ । ସମସ୍ତ ଦେବା ଦେବୀ ମଧ୍ୟରୁ ବିଷ୍ଣୁ ଅନ୍ୟତମ । ବହୁତ ଲୋକ ବିଷ୍ଣୁଙ୍କ ଉପରେ ଗଭୀର ବିଶ୍ବାସ ରଖିଥାନ୍ତି ଓ ବିଷ୍ଣୁଙ୍କୁ ମଧ୍ୟ ପୁଜି ଥାନ୍ତି । ବିଷ୍ଣୁଙ୍କର ସବୁଠୁ ବଡ ପୂଜା ହେଉଛି ଅନନ୍ତ ବ୍ରତ । ଏହା ସବୁ ବର୍ଷ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ତିଥୀରେ ପଡିଥାଏ । ଏ ଦିନରେ ଅନନ୍ତ ବ୍ରତ ପାଇଥିବା ବ୍ୟକ୍ତି ଅତି ନିଷ୍ଠାର ସହ ଅନନ୍ତ ଦେବତାଙ୍କୁ ପୂଜା କରିଥାଏ । ଆଜି ଏହି ପୋଷ୍ଟରେ ଆମେ ଏହି ଅନନ୍ତ ବ୍ରତ ପୂଜାର ଏମିତି କିଛି ବିଧି କହିବାକୁ ଯାଉଛୁ, ଜାହାକୁ ପାଳନ କରି ପୂଜିଲେ ସବୁ ଇଛ୍ଛା ପୁରଣ ହେବ ।

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀକୁ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ଭାବେ ପାଳନ କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୨୩ ଅର୍ଥାତ୍‌ ଆସନ୍ତାକାଲି ଏହି ବ୍ରତ ପାଳନ କରାଯିବ।

ଅନନ୍ତ ଦେବ ଭଗବାନ ବିଷ୍ଣୁଙ୍କର ଏକ ନାମ। ଏହି କାରଣରୁ ଘରେ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ସତ୍ୟନାରାୟଣ ବ୍ରତ ଓ କଥା ଆୟୋଜନ କରାଯାଇଥାଏ। ଏଥିରେ ସତ୍ୟନାରାୟଣ କଥା ସହ ଅନନ୍ତ ଦେବଙ୍କ କଥା ମଧ୍ୟ ଶୁଣିବାକୁ ମିଳିଥାଏ।

ଆସନ୍ତୁ ଜାଣିବା, ଅନନ୍ତ ଚତୁର୍ଦ୍ଦଶୀରେ କେମିତି ପୂଜା କରିବେ ?

୧. ସକାଳୁ ଉଠି ସ୍ନାନ କରିବା ପରେ କଳସ ସ୍ଥାପନ କରନ୍ତୁ।

୨. କଳସରେ ଅଷ୍ଟଦଳ ପଦ୍ମ ଅଙ୍କିତ ଥାଳିରେ କୁଶରେ ନିର୍ମିତ ଅନନ୍ତଙ୍କ ସ୍ଥାପନା କରନ୍ତୁ।

୩. ଏହା ଆଗରେ କୁଙ୍କୁମ, କେଶର କିମ୍ବା ହଳଦୀ ରଙ୍ଗରେ ରଙ୍ଗା ଯାଇଥିବା ଡୋରିରେ ୧୪ଟି ଗଣ୍ଠି ପକାଇ ‘ଅନନ୍ତ’ ପ୍ରସ୍ତୁତ କରି ରଖନ୍ତୁ।

୪. କୁଶରେ ଅନନ୍ତଙ୍କ ବନ୍ଦନା କରି ଏଥିରେ ଭଗବାନ ବିଷ୍ଣୁଙ୍କ ଆବାହନ ତଥା ଧ୍ୟାନ କରି ଗନ୍ଧ, ଅକ୍ଷତ, ଫୁଲ, ଧୂପ, ଦୀପ, ନୈବେଦ୍ୟ ଆଦିରେ ପୂଜା କରନ୍ତୁ।

୫. ଏହାପରେ ଅନନ୍ତ ଦେବଙ୍କ ଧ୍ୟାନ କରି ଡୋରିରେ ଗଣ୍ଠି ପକାଯାଇ ପ୍ରସ୍ତୁତ କରାଯାଇଥିବା ଶୁଦ୍ଧ ଅନନ୍ତକୁ ନିଜ ଡାହାଣ ବାହୁରେ ବାନ୍ଧନ୍ତୁ।

୬. ଏହି ଡୋରି ଭଗବାନ ବିଷ୍ଣୁଙ୍କ ପ୍ରସନ୍ନ କରିଥାଏ ଓ ଅନନ୍ତ ଫଳ ଦେଇଥାଏ । ଏହି ବ୍ରତ ପାଳନ କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଯଦି ଆପଣ ଚାହାନ୍ତି କାହାର କଛି ବି ମଙ୍ଗଳ ହେଉ ତେବେ, ଅଧିକରୁ ଅଧିକ ଏ ପୋଷ୍ଟକୁ ନିଶ୍ଚୟ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *