ଓଡିଶାର ଏହି ଯୁବକ ବିଷୟରେ ଜାଣିଲେ, ଆପଣ ପ୍ରଶଂସା ନ କରି ରହି ପାରିବେନି

ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ ।  କାହିଁକି ନା ଏ ଦୁନିଆରେ ଯେତେ ପ୍ରାଣା ଅଛନ୍ତି, ସେମାନଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ଏମିତି ଏକ ମାତ୍ର ପ୍ରାଣୀ ଯାହାର ଭାବିବା ଶକ୍ତି, ଚିନ୍ତା କରିବା ଶକ୍ତି ଓ ଅନ୍ୟର ଦୁଃଖ ବୁଝିବାର ଶକ୍ତି ଅଛି । ହେଲେ ଏ ସ୍ବାର୍ଥପର ଦୁନିଆରେ କେବଳ ଅଳ୍ପ କେତେକ ଲୋକ ଅଛନ୍ତି, ଯେ ଅନ୍ୟର ଦୁଃଖ ବୁଝିଥାନ୍ତି ଏବଂ ତାଙ୍କର ଭଲ ଚିନ୍ତା କରନ୍ତି । ଆଜିକା ଦୁନିଆରେ ବହୁତ ଲୋକ ସ୍ବାର୍ଥପର, ଆଉ ସେ ମଧ୍ୟରୁ ବହୁତ କମ ଲୋକ ଅଛନ୍ତି ଯେ ନିଶ୍ପାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଆଜିର ଏହି ପୋଷ୍ଟରେ ଆଏକ ପିଲା ବିଷୟରେ କହିବାକୁ ଯାଉଛୁ, ଯାହାର ନିଶ୍ବାର୍ଥପର ସେବା ବିଷୟରେ ଆପଣ ଜାଣିଲେ , ଆପଣ ତାଙ୍କୁ ସାବାସ ନ ଦେଇ ରହି ପାରିବେନି ।

ମଣିଷ ପଣିଆରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସୌମ୍ୟ ରଞ୍ଜନ। ଅସୁବିଧା ସମୟରେ ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି। ଘଟଣାଟି ହେଉଛି ଆମ ରାଜ୍ୟର ଉପାନ୍ତ ନବରଙ୍ଗପୁର ଜିଲାର।

ନିଜ ଆମ୍ବୁଲାନ୍ସରେ ଜଣେ ଗୁରୁତର ଏନିମିଆ ରୋଗୀଙ୍କୁ ସେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ତୁରନ୍ତ ରକ୍ତ ନ ଦିଆଗଲେ ପ୍ରାଣ ଚାଲିଯିବ ବୋଲି ଡାକ୍ତର କହିଥିଲେ। ଯାହା ଶୁଣିବା ପରେ ନିଜେ ଗୁରୁତର  ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ସୌମ୍ୟରଞ୍ଜନ।

ସୂଚନାଯୋଗ୍ୟ, ଡାବୁଗଁ ଡାକ୍ତରଖାନାରେ ସାନଓଲମା ଗ୍ରାମର ରବି ଭତରା(୨୭)ଙ୍କୁ ଗତ ୧୫ ତାରିଖରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମ୍ୟାଲେରିଆରେ ପୀଡିତ ଥିଲେ। ଅବସ୍ଥା ବିଗିଡିଯିବାରୁ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର କହିଥିଲେ। ଆମ୍ବୁଲାନ୍ସ ଯୋଗେ ଫାର୍ମାସିଷ୍ଟ ସୌମ୍ୟ ରଞ୍ଜନ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ରବିଙ୍କ ଅବସ୍ଥା ଦେଖି ତୁରନ୍ତ ରକ୍ତ ନ ଦେଲେ ତାଙ୍କ ଜୀବନ ଚାଲିଯିବ ବୋଲି ଡାକ୍ତର କହିଥିଲେ। ହେଲେ ତୁରନ୍ତ ରକ୍ତ ମିଳିବା ନେଇ ଆଶାଙ୍କା ପ୍ରକାଶ ପାଇଥିଲା ଓ ରବିଙ୍କ ପ୍ରାଣ ସଙ୍କଟାପନ୍ନ ହୋଇ ପଡିଥିଲା। ଏହା ଦେଖି ତାଙ୍କୁ ରକ୍ତ ଦେବାକୁ ମନସ୍ଥ କରିଥିଲେ ସୌମ୍ୟ। ଆଉ ତାଙ୍କର ଏହି ମହାନୁଭବତା ପାଇଁ ରବି ନୂଆ ଜୀବନ ପାଇଥିଲେ।

ଦେଶକୁ ଆଉ ମାନବ ଜାତିର ଉନ୍ନତି ପାଇଁ ଗୋଟେ ଗୋଟେ ସୌମ୍ୟ ରଞ୍ଜନଙ୍କର ଆବଶ୍ୟକତା ଅଛି । ଯଦି ସୌମ୍ୟଙ୍କର ମହତ କାର୍ଯ୍ୟ ପାଇଁ ତାଙ୍କୁ ସାବାସି ଦେବାକୁ ଚାହାନ୍ତି, ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ । ସେୟାର ସଂମ୍ପର୍ଣ୍ଣ ମାଗଣା ଅଟେ, ସେୟାର କରିବା ପାଇଁ ଆବଶ୍ୟକ କେବଳ ଗୋଟିଏ ସଚ୍ଚା ମନୋଭାବ । ଏହି ଭଳି ପ୍ରେରଣାତ୍ମକ କାହାଣୀ ପଢିବା ପାଇଁ ଉପରେ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *