ଏୟାରଟେଲ ଆଣିଲା ନୁଆ ଅଫର ,ଅଫର ବିଷୟରେ ଜାଣିଲେ ଆପଣ ଜିଓ ବ୍ୟବହାର କରିବା ଛାଡିଦେବେ

ଜିଓ ଆସିବା ପରେ ଭାରତୀୟ ଟେଲିକମ ସେକ୍ଟରରେ ଏକ ବଡ ପରିବର୍ତ୍ତନ ଘଟିଛି । ଯେଉଁ ଡାଟା ଆଗରୁ ବହୁତ ଅଧିକ ଟଙ୍କା ଥିଲା ସେ ଏବେ ବହୁତ ସସ୍ତା ହୋଇପାରିଛି । ଜିଓ ଆସିବା ପରେ ଟେଲିକମ ସେକ୍ଟରରେ ନିଜର ଅସ୍ତିତ୍ବ ଜାହିର କରିବା ପାଇଁ ସମସ୍ତେ ଜୋର ସରରେ ଲାଗି ପଡିଛନ୍ତି । ଜିଓ ସହିତ ଟକର ଦେବା ପାଇଁ ସମସ୍ତେ ନିଜ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ନେଇ ଆସୁଛନ୍ତି ।ଏବେ ଜିଓ ସହ ଟକର ଦେବା ପାଇଁ ଏୟାରଟେଲ ଏମିତି ଏକ ଅଫର ବାହାର କରିଛି,ଯାହା ବିଷୟରେ ଆପଣ ଜାଣିଲେ ଆଜି ହିଁ ଏୟାର ଟେଲକୁ ବଦଳେଇ ଦେବେ । ତେବ ଜାଣନ୍ତୁ ସେ ଅଫର ଟି କଣ ।

ବର୍ତ୍ତମାନ ସମୟରେ ସାରା ଦେଶରେ ଟେଲିକମ କମ୍ପାନୀମାନେ ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କୁ ନିଜ କମ୍ପାନୀର ଗ୍ରାହକ ହେବା ପାଇଁ ଆକୃଷ୍ଟ କରୁଥିବାର ଦେଖାଯାଇଛି । ତେବେ ଜିଓ ସାରା ଦେଶରେ ଯେପରି ଭାବରେ ଦମଦାର ଅଫର ଦେଇ ସାରା ଭାରତର ଲୋକମାନଙ୍କୁ ନିଜ ଆଡକୁ ନେଉଛି ତାହା ଫଳରେ ଅନ୍ୟ କମ୍ପାନୀମାନେ ଦେବାଲିଆ ପରିସ୍ଥିତିକୁ ଚାଲିଗଲେଣି । ତେବେ ଏହାରି ମଧ୍ୟରେ ଏୟାରଟେଲ୍ ପୁଣିଥରେ ଏକ ଶସ୍ତା ପ୍ରି-ପେଡ୍ ପ୍ଲାନ୍ ଲଂଚ୍ କରିଛି । ଏହି ପ୍ଲାନର ମୂଲ୍ୟ ରହିଛି ୧୬୮ ଟଙ୍କା । ଏହା ସିଧାସଳଖ ଭାବେ ଭୋଡାଫୋନର ୧୫୯ ପ୍ଲାନକୁ ଟକ୍କର ଦେବ । କମ୍ପାନୀର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ ଡାଟା ମଧ୍ୟ ମିଳିବ । ଆସନ୍ତୁ ଜାଣିବା ଏହି ପ୍ଲାନ ସମ୍ବନ୍ଧରେ ।

କଣ ରହିଛି ଫାଇଦା

ସୂଚନାଯୋଗ୍ୟ କି, ଗତ ସପ୍ତାହରେ ଏୟାରଟେଲ୍ ୫ଟି ନୂଆ ପ୍ଲାନ ବଜାରକୁ ଛାଡିଥିଲା । ଅନଲିମିଟେଡ୍ କଲିଂ ସହ ୨୮ ଦିନ ପର୍ଯ୍ୟନ୍ତ ଦୈନିକ ୧୦୦ଟି ମେସେଜ୍ ମିଳିବା ନେଇ ପ୍ଲାନରେ ଅଫର ଥିଲା । ଏହି ପ୍ଲାନର ବୈଧତା ମଧ୍ୟ ୨୮ ଦିନ ରହିଛି । ରୋମିଂ ଏବଂ ଆଉଟଗୋଇଙ୍ଗ୍ ଫ୍ରି ସହ ପ୍ରତିଦିନ ୧ ଜିବି ଡାଟାର ଲାଭ ଉଠାଇପାରିବେ ଗ୍ରାହକ । କଲିଂ ଏବଂ ଡାଟା ବ୍ୟତୀତ ଏହି ଅଫରରେ ଫ୍ରି ହେଲୋ ଟ୍ୟୁନ୍ ମିଳିବ । ରିଚାର୍ଜର କିଛି ସମୟ ମଧ୍ୟରେ ହେଲୋ ଟ୍ୟୁନ୍ ଆକ୍ଟିଭେଟ୍ ହୋଇଯିବ । ଏହା ଆକ୍ଟିଭ ହେବା ପରେ ଗ୍ରାହକ ନିଜ ମନ ମୁତାବକ ଏହାକୁ ବଦଳାଇ ପାରିବେ ।

Leave a Reply

Your email address will not be published. Required fields are marked *