ଆଜି ଏସିଆ କପରେ ଭାରତ ନିଜର ତୃତୀୟ ମ୍ୟାଚରେ ଭେଟିବାକୁ ଯାଉଛି ବାଙ୍ଗଲାଦେଶ ଟିମକୁ । ପ୍ରଥମେ ହଙ୍ଗ କଙ୍ଗ ଠୁ ଆଉ ପରେ ପରେ ଚିର ପ୍ରତି ଦ୍ବନ୍ଦି ପାକିସ୍ତାନଠୁ ଜିତିବା ପରେ ଭାରତ ପଏଣ୍ଟ ଟେବୁଲରେ ଶିର୍ଷରେ ରହିବା ସହିତ, ଭାରତୀୟ ଖେଳାଳୀଙ୍କ ମନୋବଳ ମଧ୍ୟ ଦୃଢ ରହିଛି । ହେଲେ ଏହି ସମୟରେ ସାମ୍ମାକୁ ଆସିଛି ଭାରତୀୟ ଦଳ ପାଇଁ ଆଉ ଏକ ଖରାପ ଖବର । ପୂର୍ବ ମ୍ୟାଚରେ ପାଣ୍ଡିଆ ଗୁରୁତର ଭାବେ ଆଘାତ ହେବାରୁ ସେ ବାଙ୍ଗଲାଦେଶ ମ୍ୟାଚରୁ ଦୁରେଇ ରହିଛନ୍ତି । ଏଥି ସହିତ ଅସୁସ୍ତତା କାରଣରୁ ଆଉ ଦୁଇ ଜଣ ଖେଳାଳୀ ମ୍ୟାଚରୁ ଦୁରରେ ଅଛନ୍ତି ।
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ର ବରିଷ୍ଠ ଚୟନ କମିଟି ଦୁବାଇରେ ଜାରି ରହିଥିବା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଭାରତୀୟ ଟିମ୍ରେ ୩ଟି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ପରିବର୍ତ୍ତନ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଶାର୍ଦ୍ଦୁଲ ଠାକୁର ଏସିଆ କପ୍ରୁ ଓହରିଛନ୍ତି। ବିସିସିଆଇ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ବିସିସିଆଇ କହିଛି, ଭାରତୀୟ ଟିମରେ ହାର୍ଦ୍ଦିକ, ଅକ୍ଷର ଓ ଶାର୍ଦ୍ଦୁଲଙ୍କ ସ୍ଥାନରେ ଦୀପକ ଚହର, ରବୀନ୍ଦ୍ର ଜାଦେଜା ଓ ସିଦ୍ଧାର୍ଥ କାଉଲଙ୍କୁ ସାମିଲ କରାଯାଇଛି।
ବୋର୍ଡ କହିଛି, ପାକିସ୍ତାନ ବିରୋଧରେ ଖେଳ ଜାରି ରହିଥିବା ବେଳେ ହାର୍ଦ୍ଦିକଙ୍କ ପିଠିରେ ଆଘାତ ଲାଗିଥିଲା। ବିସିସିଆଇର ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଏହି ଯନ୍ତ୍ରଣା ଯୋଗୁଁ ସେ ଏସିଆ କପ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଭାରତୀୟ ଟିମ୍ ସହିତ ଖେଳିପାରିବେ ନାହିଁ।
ପାକିସ୍ତାନ ବିରୋଧରେ ମ୍ୟାଚ ଚାଲିଥିବା ବେଳେ ଅକ୍ଷର ପଟେଲ ଫିଲ୍ଡିଙ୍ଗ ସମୟରେ ବାମ ହାତର ଆଙ୍ଗୁଠିରେ ଆଘାତ ପାଇଥିଲେ। ଆଘାତ ସ୍ଥାନରେ ସ୍କାନ କରାଯିବା ପରେ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି। ବିସିସିଆଇ କହିଛି, ହଂକଂ ବିରୋଧରେ ଖେଳୁଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଥିଲା। ଏଥି ପାଇଁ ସେ ଆଉ ଚଳିତ ଏସିଆ କପ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଉଲଙ୍କୁ ଶାମିଲ କରାଯାଇଛି।
ଜାହାବି ହେଉ, ଆଜିର ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରି ସାରିଛି ଭାରତୀୟ ଟିମ । ଆପଣଙ୍କ ମତରେ ଆଜିର ମ୍ୟାଚ କିଏ ଜିତିବ ଆମକୁ କମେଣ୍ଟ କରି ଜଣାଇବା ସହିତ, ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ । ଏହି ଭଳି ନ୍ୟୁଜ ସର୍ବ ପ୍ରଥମେ ପାଇବା ପାଇଁ ଉପର ପେଜରେ ଲାଇକ ନିଶ୍ଚୟ କରନ୍ତୁ ।