2 ଘଣ୍ଟାରେ ଗୋପାଳ ପୁର ଛୁଇଁବ ଝଡ ତୋଫାନ, ତଳିଆ ଲୋକଙ୍କୁ ସ୍ତାନାନ୍ତରିତ କଲେ ସରକାର

ଆଉ ୩ ଘଣ୍ଟା ପରେ ଗୋପାଳପୁରକୁ ଝଡ଼ତୋଫାନ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଏହା ୨୫୦ କିଲୋମିଟର ଦୂରରେ ରହିଛି। ବାତ୍ୟା ବେଳେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ୫ଟି ଉପକୂଳ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼ ଓ .ଖୋର୍ଦ୍ଧା ଜିଲ୍ଲାରେ ଏ .ନେଇ ପ୍ରସ୍ତୁତି ଅାରମ୍ଭ ହୋଇଛି।   ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ୨ ପ୍ଲାଟୁନ ଓଡ୍ରାଫ ଟିମ୍‌ ପ୍ରସ୍ତୁତ ଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ଗୁରୁବାର ବ୍ରହ୍ମପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝଡ଼ବାତ୍ୟା ନେଇ ଜିଲ୍ଲାର ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନେ ସତର୍କ ରହିବାକୁ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଏହି ସମୟରେ କୌଣସି ସରକାରୀ କର୍ମଚାରୀ ଛୁଟି ନେଇ ପାରିବେ ନାହିଁ ବୋଲି ସୂଚନା ଜାରି କରିଛନ୍ତି।

ଏହା ଧୀରେ ଧୀରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗକୁ ଅର୍ଥାତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆସନ୍ତା କାଲି ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ବୋହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

heavy rain

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା(ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼) ସମେତ ୯ଟି ରାଜ୍ୟକୁ ଝଡ଼ବାତ୍ୟା ସଂପର୍କୀତ ସତର୍କ ସୂଚନା ମିଳିବା ପରେ ପୁରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଡିପ୍‌ ଡିପ୍ରେସନ ବାତ୍ୟାରେ ପରିଣତ ହେବା ପରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ଅନୁମାନ କରାଯାଉଛି।

ପୁରୀ ଜିଲ୍ଲାରେ ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେକୌଣସି ସମୟରେ ବାତ୍ୟା ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି। ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଗୋଟିଏ ଓଡ୍ରାଫ ଟିମ୍‌ ଓ ଗୋଟିଏ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ଓଡିଶାର ସବୁ ଲୋକଙ୍କୁ ସତର୍କ କରାନ୍ତୁ..ସବୁ ନ୍ୟୁଜ ଜାଣିବା ପାଇଁ ଉପରେ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *