ଫୁଣି ନୁଆ ରୁପରେ ଫେରୁଛନ୍ତି ପପୁ ପମ୍ ପମ୍

ଓଲିଉଡ ଜଗତର ପ୍ରଖ୍ୟାତ କମେଡିଆନ ପପୁ ପମ୍ ପମ୍ ଙ୍କୁ କିଏ ବା ନଜାଣେ, ସେ ନିଜର କମେଡି ଶୈଳି ଓ ଉପସ୍ତାପନାର ଢଙ୍ଗରେ ଶହ ଶହ ଓଡିଆ ପ୍ରେମୀଙ୍କୁ ହସେଇ ପାରିଛନ୍ତି । ନିକଟରେ ତାଙ୍କର ଅନେକ ପିଲ୍ମ ମୁକ୍ତି ଲାଭ କରିଥିଲା, ହେଲେ ପପୁଙ୍କ ଦେହ ଅସୁସ୍ତ ହେବା ପରେ ସେ ଦୁରେଇ ଯାଇଥିଲେ ଓଲିଉଡ ଇଣ୍ଡଷ୍ଟ୍ରରୀ ରୁ । ହେଲେ ଫୁଣି ଥରେ ଏକ ନୁଆ ଚଳ ଚିତ୍ର ଓ ନୁଆ ରୁପରେ ପରଦାକୁ ଫେରିବାକୁ ଯାଉଛନ୍ତି ପପୁ ପମ୍ ପମ୍ । ହଁ ବନ୍ଧୁ ଗଣ, ଏବେ ଏକ ନୁଆ ଚଳଚୀତ୍ରରେ ନିଜର ଅଭିନୟର ଜାଦୁ ଦେଖେଇବେ ପପୁ ।

ଓଲିଉଡର କମେଡି ମାଷ୍ଟର୍‌ ପପୁ ପମ୍‌ପମ୍‌ ଏବେ ପୁଣି ପରଦାକୁ ଫେରୁଛନ୍ତି। ହଁ ସେ ଯେଉଁ ସିନେମାରେ ପୁଣି ଆସୁଛନ୍ତି ତାହା ହେଲା ‘ପଗଲୁ’। ଏହି ସିନେମାରେ ତାଙ୍କର  ଅଭିନୀତ ଚରିତ୍ରଟି ପୁଣି ହିରୋର ସାଙ୍ଗ। ‘ପଗଲୁ’ରେ ପପୁ ପମପମ୍‌ ନାୟକ ଅଭିଷେକଙ୍କ ସାଙ୍ଗ ଭୂମିକାରେ ଅଛନ୍ତି। ଏଥିରେ ଅନ୍ୟମାନଙ୍କ ଭିତରେ ମହିର ଦାସ ,ଅପରାଜିତା ,ପ୍ରକୃତି ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଟୋକାଟା  ଫସିଗଲା’ରେ  ନାୟକ  ସବ୍ୟସାଚୀଙ୍କ  ସାଙ୍ଗ  ଭୂମିକାରେ  ନଜର  ଆସିଥିଲେ  ପପୁ ।    ଏହାର  କାହାଣୀ  ଅନୁଯାୟୀ  ସବ୍ୟସାଚୀ ଓ ପପୁ ପମ୍‌ପମ୍‌  ଖୁବ୍‌ ଭଲ  ସାଙ୍ଗ।     ଠିକ୍‌  ସେହିପରି  ପପୁ ପମ୍‌ପମ୍‌ଙ୍କୁ   ଏ ବର୍ଷ  ଆଉ ଏକ  ସିନେମାରେ  ବି  ଜବରଦସ୍ତ  କମେଡ଼ି  କରୁଥିବାର   ଦେଖିବାକୁ  ପାଇଥିଲେ ଦର୍ଶକ  ।

ଏହି ଓଡ଼ିଆ  ଛବି  ହେଲା ‘  ଦିଓ୍ଵାନା  ହେଲି ତୋ’ ପାଇଁ’  ।  ଅଶୋକ  କୁମାର  ଦାସ ଏହାର  ପ୍ରଯୋଜକ  ଏବଂ  ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ  ଶ୍ରୀତମ୍‌  ଦାସ  ଏହି ଫିଲ୍ମର    ନିର୍ଦ୍ଦେଶନା  ଦାୟିତ୍ୱ  ବହନ  କରିଥିଲେ  । ଏଥିରେ  ଅନ୍ୟମାନଙ୍କ   ମଧ୍ୟରେ  ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, ଦେବୁ ପଟ୍ଟନାୟକ, ଉଷଶ୍ରୀ ମିଶ୍ର  ଓ ନବାଗତ   ମୁନ୍ନା    ମଧ୍ୟ  ଥିଲେ ।

ଏହି ପୋଷ୍ଟକୁ ଗୋଟିଏ ସେୟାର କରି ,ସମସ୍ତ ପପୁ ଫ୍ୟାନକୁ ଏହି ଖୁସି ଖବର ଜଣାନ୍ତୁ. ପପୁ ପମ୍ ପମ୍ ଙ୍କୁ ପସନ୍ଦ କରୁଥିଲେ ଗୋଟେ ଲାଇକ କରିବେ.

Leave a Reply

Your email address will not be published. Required fields are marked *