ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ସମ୍ପତ୍ତି କେତେ ଥିଲା ଓ ପରେ କେତେ ହୋଇଛି ଜାଣନ୍ତୁ

ଏବେ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଆମ ଦେଶରେ କିଏ ବା ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନ ଜାଣିଛି । 2014 ରେ ବିଜେପି ଇଲେକ୍ସନ ଜିତିକି ଆସିବା ପରଠୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର କାଯ୍ୟ କଳାପ ଆଉ ବିଚାର ଧାରା ପାଇଁ ସବୁ ବେଳେ ଚର୍ଚାରେ ରହି ଅସିଛନ୍ତି । ବିଭିନ୍ନ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲର ସର୍ଭେ ଅନୁସାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ସବୁଠୁ ଅଧିକ ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ । କେବଳ ଭାରତରେ ନୁହେଁ ବିଶ୍ବରେ ମଧ୍ୟ ସେ ବହୁତ ପ୍ରଭାବଶୀଳ ବ୍ୟକ୍ତିତ୍ବ । ତାଙ୍କର ଶୁ ଶାସନ ପାଇଁ ଭାରତ ଆଜି ସବୁ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି । ଶିକ୍ଷା , ବିଞ୍ଗାନ , ପ୍ରଜୁକ୍ତି ବିଦ୍ୟା ଆଦି ଇତ୍ୟାଦି ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି ।

ହେଲେ ଏବେ ସମ୍ମାନାକୁ ଆସିଛି ଆଉ ଏକ ବଡ ଖବର । ଜାହା ବିଷୟରେ ଜାଣିଲେ ଆପଣହ୍କ ସମ୍ମାନ ନରେନ୍ଦ୍ର ମୋଦୀଙ୍କ ଉପରେ ଆହୁରୀ ଅଧିକ ହୋଇ ଉଠିବ । ସେ କେବଳ ଜଣେ ଶୁ ଶାସକ ନୁହଁନ୍ତି, ସେ ଦୁର୍ନୀତିଠୁ ବି ବହୁ ଦୁରରେ ବୋଲି ଆପଣଙ୍କର ବିଶ୍ବାସ ହୋଇଯିବ । ନିକଟରେ PMO ଦ୍ବାରା ନରେନ୍ଦ୍ର ମୋଦୀଙ୍କ ସ୍ତାବର ଓ ଅସ୍ତାବର ସମ୍ପତ୍ତି ସମ୍ପର୍କରେ ଏକ RTI ଜାରି ହୋଇଛି । ଜାଣନ୍ତୁ ସେଥିରେ କଣ ରହିଛି,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପତ୍ତିକୁ ନେଇ ପିଏମ୍‌ଓ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି କେତେ ବଢ଼ିଛି, ତାହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ସୂଚନା ମୁତାବକ, ପିଏମ୍‌ଙ୍କ ସମ୍ପତ୍ତି ପାଖାପାଖି ୨.୨୮ କୋଟି ଟଙ୍କା ରହିଛି। ଏଥି ମଧ୍ୟରୁ ୧କୋଟି ୨୮ଲକ୍ଷ ଟଙ୍କାର ସମ୍ପତ୍ତି ସ୍ଥାବର ଓ ବାକି ସବୁ ସମ୍ପତ୍ତି ଅସ୍ଥାବର ରହିଛି। ୨୦୧୪ରେ ଲୋକସଭା ନିର୍ବାଚନ ସମୟରେ ପିଏମ୍‌ଙ୍କ ପାଖରେ ୧.୫କୋଟି ଟଙ୍କାର ସମ୍ପତ୍ତି ଥିଲା, ଯାହାକି ଚାରିବର୍ଷ ପରେ ଅର୍ଥାତ୍‌ ୨୦୧୮ରେ ଏହି ସମ୍ପତ୍ତିରେ ୭୫ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା। ଯାହା କି ବୃଦ୍ଧି ପାଇ ୨.୨୮କୋଟି ଟଙ୍କା ହୋଇଯାଇଛି। ୨୦୧୪ରେ ମୋଦିଙ୍କ ପାଖରେ ୧,୫୧,୫୭, ୫୮୨ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିଲା। ସେହି ସମୟରେ ତାଙ୍କ ପାଖରେ ୨୯ହଜାର ଟଙ୍କାର ନଗଦ ଟଙ୍କା ଥିଲା ଯାହା ଏବେ ବୃଦ୍ଧି ପାଇ ୪୮,୯୪୪ ଟଙ୍କାରେ ପହଞ୍ଚିଛି।

୨୦୧୪ରେ ମୋଦିଙ୍କ ପୋଷ୍ଟାଲ ସେଭିଂ ୪,୩୪,୦୩୧ ଟଙ୍କା ଥିଲା, ଏବେ ତାଙ୍କ ଖାତାରେ ୨୦୧୮ରେ ୧୧, ୨୯, ୬୯୦ଟଙ୍କା ଜମା ହୋଇଛି। ସେହିପରି ୨୦୧୪ରେ ପାଖାପାଖି ୪, ୨୩,୩୮୩ ଟଙ୍କାର ଏଫ୍‌ଡି ଥିଲା ଯାହା ଆଜି ୧,୦୭,୯୬, ୨୮୮ ଟଙ୍କାରେ ପହଞ୍ଚିଛି।

ଜଣେ ପ୍ରଧାନ ମନ୍ତ୍ରୀ ହିସାବରେ 4 ବର୍ଷରେ ମୋଦୀଙ୍କ ସମ୍ପତ୍ତୀ ବହୁତ କମ ଅଛି, ଏଥିରୁ ଜଣା ପଡୁଛି ଯେ, ମୋଦୀ ଜଣେ ଦୁର୍ନୀତି ମୁକ୍ତ ନେତା, ଜଣେ ପ୍ରଧାନ ମନ୍ତ୍ରୀ ହିସାବରେ ଆପଣ ମୋଦୀଙ୍କୁ କିପରି ଦେଖନ୍ତି , ତଳେ କମେଣ୍ଟ କରିବେ, ଜଦି ଆପଣ ମୋଦୀଙ୍କୁ ସମର୍ଥନ କରନ୍ତି, ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ.

2 Comments on “ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦିଙ୍କ ସମ୍ପତ୍ତି କେତେ ଥିଲା ଓ ପରେ କେତେ ହୋଇଛି ଜାଣନ୍ତୁ”

Leave a Reply

Your email address will not be published. Required fields are marked *