୧୯ ସେପ୍ଟେମ୍ବର ୨୦୧୮ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୨ଟି ରାଶି ଉପରେ ଗଣେଶଙ୍କ କୃପା ବରଷିବ

Aajira-Rasifala

ମେଷ-
ବ୍ୟବସାୟୀମାନେ ସ୍ଥଳବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ। କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ। ପାରିବାରିକ ଜୀବନରେ ସ୍ଵାମୀସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳହେବେ। ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ।

ବୃଷ-
କର୍ମକ୍ଷେତ୍ରରେ ସଫଳତା ଓ ଚାକିରିରେ ପଦୋନ୍ନତି ହେବାର ସୂଚନା ପାଇବେ। ସନ୍ତାନ ସନ୍ତତି ମାନଙ୍କରଶୁଭ ଖବର ପାଇ ଖୁସିହେବେ। ରାଜନୀତି କ୍ଷେତ୍ରରେ ନିଜର ପ୍ରତିଷ୍ଠା ଓ ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ମହିଳାମାନଙ୍କର ପାରିବାରିକ ସ୍ତରରେ କିଛି କୁହୁଳା ଅଶାନ୍ତି ଦୂରେଇ ଜିବ। ମୁଖରୋଗ ଓ ପୁରାତନରୋଗ ପ୍ରକୋପରେ ହଇରାଣ ହେବେ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:-
ବ୍ୟବସାୟରେ ଲାଭ ହେବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଆର୍ଥିକ ଅନାଟନ ଦେଖା ଦେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ପ୍ରତିକାର : ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-
ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ପ୍ରତିକାର- ଷଣ୍ଢକୁ ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ।

ସିଂହ:-
ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ। ମାନସିକ ଦୁଃଶ୍ଚିନ୍ତା ବଢ଼ିବ। କର୍ମଚାରୀଙ୍କର କର୍ମ କ୍ଷେତ୍ରରେ ବାଧା ଆସିବ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ଅମନଯୋଗି ହେବେ। ଦାମ୍ପତ୍ୟ ସୁଖରେ ବାଧା, ଅବିବାହିତ ଯୁବକ-ଯୁବତୀମାନେ ବିବାହ କରିବା ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ।

କନ୍ୟା:-
ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ ଜୀବନରେ ଶତୃମାନେ ପରାଜିତ ହେବେ। ପ୍ରତିକାର- ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-
ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ପ୍ରତିକାର: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-
ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ। ହରାଇଥିବା ଧନ ପ୍ରାପ୍ତି ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ କର୍ମ ନିଯୁକ୍ତି ପାଇବାର ଅଧିକ ସମ୍ଭାବନା। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। ପ୍ରତିକାର : ପିମ୍ପୁଡ଼ି ଗାତପାଖରେ ଗୁଡ଼ ରଖନ୍ତୁ।

ଧନୁ:-
ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି ମଧ୍ୟ ପାଇପାରନ୍ତି। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ପ୍ରତିକାର:- ଦରିଦ୍ର ନାରାୟଣଙ୍କୁ ଖାଦ୍ୟ ଦିଅନ୍ତୁ।

ମକର:-
ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ବ୍ୟବସାୟରେ ଲାଭ। ଶତୃ ପରାଜିତ ହେବେ। ଶାରିରୀକ ଅସୁସ୍ଥତା ଦୂରହେବ। କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନମାନଙ୍କର ସହଯୋଗ ପାଇବେ। ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିବେ। ମାନସିକ ଶାନ୍ତି ଓ ଋଣଭାର ଲାଘବ ହେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପ୍ରତିକାର: ଗୋଟାମୁଗ ଧର୍ମାନୁଷ୍ଠାନରେ ଦାନ କରନ୍ତୁ।

କୁମ୍ଭ:-
ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ମହିଳାମାନେ ପରିଶ୍ରମର ସୁଫଳ ଭୋଗ କରିବେ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ। ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ମୀନ:-
କୌଣସି ବ୍ୟାଙ୍କରୁ ଋଣ ପାଇବା ଯୋଗ ଅଛି। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମନରେ ଅଶାନ୍ତି ଲାଗି ରହିବ। ଆର୍ଥିକ ଉନ୍ନତିରେ ବାଧା ଓ ଶାରିରୀକ ଅସୁସ୍ଥତା ଦେଖାଦେବ। ଶିକ୍ଷାର୍ଥୀମାନେ ସଂଘର୍ଷ କରିବାକୁ ବାଧ୍ୟ ହୋଇ ଉଚ୍ଚ ଶିକ୍ଷାସ୍ଵପ୍ନ ସାର୍ଥକ କରିବେ। ବ୍ୟବସାୟୀମାନେ ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ରାଜନୀତି କ୍ଷେତ୍ରରେ ବନ୍ଧୁମିଳନ ପାଇଁ ଦୂରଯାତ୍ରା କରିବେ। ପ୍ରତିକାର-କୌଣସି ଛୋଟ ଛୁଆକୁ ମିଠା ଖାଇବାକୁ ଦେବେ।

Leave a Reply

Your email address will not be published. Required fields are marked *