20 ଅଗଷ୍ଟ ସୋମବାର କେମିତି କଟିବ ଆଜିର ଦିନ । ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି

rasi-NEW

ମେଷ:–

ଆଜିର ଦିନଟି ଆପଣଙ୍କ ପାଇଁ ଏତେ ବି ଶୁଭ ନୁହେଁ, ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ଅଯଥା ଧଁ। ଦୌଡ଼ ଲାଗିରହିବା ଯୋଗେ କ୍ଳାନ୍ତ-ଶ୍ରାନ୍ତ ହେବେ। ମାଲିମୋକଦ୍ଦମାରେ ପଶିଲେ ଅପଦସ୍ତ ହେବା ସାର ହେବ। ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କ କମିଯିବ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ। ଧବଳ ବର୍ସ୍ତ ପରିଧାନ କରନ୍ତୁ ,ସମସ୍ୟ ଦୁର ହେବ

ବୃଷ:–

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭଦାୟକ, କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ। ଶିବଲିଙ୍ଗ ଉପରେ କ୍ଷୀର ଢାଳନ୍ତୁ

ମିଥୁନ:–

ଆଜିର ଦିନରେ ଅନେକ କାର୍ଯ୍ୟ ସିଦ୍ଧୀ କରିପାରିବେ, କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ବନ୍ଧୁମାନଙ୍କଠୁ ସମ୍ମାନ ପାଇବେ, ସ୍ଥଗିତଥିବା କର୍ମଟି ପୂରଣ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଚେଷ୍ଟା କଲେ କର୍ମ ନିଯୁକ୍ତିରେ ସଫଳ ହେବେ। ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ। ଏବଂ ହନୁମାନଙ୍କୁ ପୂଜା କରନ୍ତୁ

କର୍କଟ:–

କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ। ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି. ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ସିଂହ:–

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ପରିବାରର ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ଦୀର୍ଘ ଦୀନରୁ ପଡିରହିଥିବା କୌଣସି କାର୍ଯ୍ୟ ଆଜି ଫଳ ପଦ ହେବ, ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ବିଫଳ ହୋଇ ଧରାପଡ଼ି ବଦ୍ନାମ୍ ହେବେ। ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କନ୍ୟା:–

ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ବନ୍ଦ ହୋଇଥିବା ବେପାର ପୁଣି ଚାଲୁ କରି ପାରିବେ। ପରିବାରରେ ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂର୍ତ୍ତି ଘଟିବ। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇ ଅସ୍ଥିରତା ସମ୍ପୂର୍ଣ ଦୂର ହେବ। ରାଜନୀତି କ୍ଷେତ୍ରରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ। ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ।

ତୁଳା:–

କର୍ମ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ଧର୍ମ କାର୍ଯ୍ୟପ୍ରତି ମନ ବଳାଇ ଦୂର ଯାତ୍ରାରେ ଅତ୍ୟଧିକ ଅର୍ଥ ବ୍ୟୟ କରିବେ। ପରିବାରରେ ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇବ। କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଛା:–

ଇଲୋକ୍ଟ୍ରୋନିକ୍ ଉପକରଣ, ଉଚ୍ଚ ସ୍ତରୀୟ ବାହନ କ୍ରୟ କରିବା ଫଳରେ ସହକର୍ମୀମାନେ ଆଶ୍ଚର୍ଯ୍ୟ, ଚକିତ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଅନ୍ୟାନ୍ୟ ଲୋକ ଆପଣଙ୍କ ଭାଗ୍ୟକୁ ଈର୍ଷା କରିବେ। ବନ୍ଧୁ ମିତ୍ର ଓ ସହକର୍ମୀଙ୍କ ଠାରୁ ଆଶାତୀତ ସହଯୋଗ ମିଳିବ। ପ୍ରତିଯୋଗୀ ପରୀକ୍ଷାରେ ପରିମାଣ ଅନୁକୂଳ ହେବାଦ୍ୱାରା ଚାରିଗୁଣ ଖୁସି ବଢ଼ିଯିବ। ପ୍ରତିକାର– ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

ଧନୁ:–

ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କର ଭଲ କରିବାକୁ ଯାଇ ଅପଦସ୍ତ ହେବେ। ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ। ମନବିକାର ଓ ରକ୍ତଚାପର ବୃଦ୍ଧିକାରଣରୁ ସାଧାରଣ ଚଳଣିରେ ବ୍ୟାଘାତ ଘଟିବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ

ମକର–
ସାଙ୍ଗସାଥିମାନେ ସାହାଯ୍ୟ କରିବେ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଆୟ ବୃଦ୍ଧି ହେବ କିନ୍ତୁ ଅଯଥା ବ୍ୟୟ ମଧ୍ୟ କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟର ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ।ବିଦ୍ୟାରେ ଉନ୍ନତି ଓ ପ୍ରଶଂସିତ ହେବେ। ପ୍ରତିକାର:- ଅସହାୟା ବୃଦ୍ଧାକୁ ସାହାଯ୍ୟ କରନ୍ତୁ।

କୁମ୍ଭ–
ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ପରିବାରରେ ସୁଖଶାନ୍ତି ଫେରି ଆସିବ। ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନକଲେ ବହୁତ କ୍ଷତିରେ ପଡିବେ। ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ। ପ୍ରତିକାର– ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମୀନ-
କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ସୁଖ ସମୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *