ଭୁଲରେ ମଧ୍ୟ ନାରୀମାନକୁ ଏହି ପରି ଦେଖନ୍ତୁ ନାହିଁ । ନଚେତ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ ।

କୁହାଯାଏ ନାରୀ ନାରାୟଣଙ୍କ ରୁପ, ନରୀର ଶକ୍ତି ଅନେକ । ଦୁନିଆରେ ଯେବେ ଯେବେ ପାପର ବୃଦ୍ଧୀ ଘଟିଛି ସେବେ ସେବେ ନାରୀ ଶକ୍ତି ହିଁ ସେ ପାପକୁ ଲୋପ କରିଛି । ସେ ମା ସୀତାଙ୍କ କଥା ହେଉ ବା ମହୀସା ମରଦ୍ଧୀନି ଦୁର୍ଗାଙ୍କ କଥା ହେଉ । ନାରୀ ଅବଳା ନୁହେଁ, ନାରୀ ଶକ୍ତିର ଭୟା ବହତ ବିଷୟରେ ଇତିହାସ ମୁଖ ସାଖୀ ଅଛି । ସେହି ନାରୀ ମଧ୍ୟ ମା ରୁପରେ ସ୍ନହୀ, ଘରଣୀ ରୁପେ ଉଦରୀ ଆଉ ବୋହୁ ରୂପରେ ଆଙ୍ଗା କାରୀଣି  । ହେଲେ ଆପଣ ଜାଣିଛନ୍ତି କି, ବିଭିନ୍ନ ଲୋକଙ୍କ ନାରୀଙ୍କ ଉପରେ ଅନେକ ଖରାପ ନଜର ଥାଏ, ଜାହାର ପରିଣାମ ଅତ୍ୟନ୍ତ ଭୟାବହ ହୋଇଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଅସଦାଚରଣ ର ଶାସ୍ତି ଅତୀବ କଠୋର । ପୁନଶ୍ଚ ଯଦି ତାହା କୌଣସି ନାରୀ ସହ ହୁଏ, ତେବେ ତ ତାହା ଅକ୍ଷମଣୀୟ ଅପରାଧ । ତେଣୁ ପରିସ୍ଥିତି ରେ ପଡି ହେଉ ଅବା କୁସଙ୍ଗ ରେ ପଡି, କେବେହେଲେ ନାରୀଙ୍କୁ ସ୍ନାନରତ ଅବସ୍ଥାରେ ବା ବସ୍ତ୍ର ବଦଳ କରିବା ଅବସ୍ଥାରେ ଭୁଲରେ ବି ଦେଖିବା ଉଚିତ ନୁହେଁ । ଜଣେ ଅବଳା ନାରୀକୁ ଏପରି ଅବସ୍ତାରେ ଦେଖିବା ମହାପାପ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ଏପରି ଅପରାଧ ର ଫଳ କଳ୍ପନା ଠୁ ବି କଠିନ । ମହିଳା ଜଗତର ଶ୍ରେଷ୍ଠ ସ୍ଥାନର ଅଧିଷ୍ଠାତ୍ରୀ । ମହିଳାଙ୍କ ସ୍ଥାନ ସବୁଠୁ ଉଚ୍ଚରେ । ସେ ମଣିଷ ମୁଖରୁ ନିସୃତ ପ୍ରଥମ ଶବ୍ଦ ମା ।

ପୁଣି ହାତରେ ସ୍ନେହ ବନ୍ଧନ ର ଡୋର ବାନ୍ଧୁଥିବା ଭଗିନୀ । ପୁରୁଷ ର ଦୁଃଖ କଷ୍ଟ କୁ ଅର୍ଧେକ ହରଣ କରିନେଉଥିବା ଅର୍ଧାଙ୍ଗିନୀ । ନାରୀ ପ୍ରତ୍ୟେକ ରୂପରେ, ପ୍ରତ୍ୟେକ କ୍ଷେତ୍ରରେ ମାନବ ଜାତିର ହିତରେ ସମର୍ପିତ ।ପ୍ରତ୍ୟେକ ସମସ୍ୟା ର ସମାଧାନ ର ଉପାୟ । ସେ ଚଂଚଳା ପୁଣି ସହନଶୀଳା । ପ୍ରତ୍ୟେକ ବିପଦ କୁ ଦୁରୀଭୂତ କରିବାର ଅଭୂତପୂର୍ବ ଶକ୍ତି ଅଛି ନାରୀ ନିକଟରେ । ତେଣୁ କେବେହେଲେ କୌଣସି ନାରୀକୁ ବିବସ୍ତ୍ର ଅବସ୍ଥାରେ ନଜର ଆଡେଇ ଚାହିଁବା ମଧ୍ୟ ପାପ ଅଟେ । ଏହା କୌଣସି ସଭ୍ୟ ସମାଜରେ ବାସ କରୁଥିବା ମାନବ କୁ ଶୋଭା ଦିଏନା । ଏପରି ଦୃଶ୍ୟ ମଣିଷକୁ ବିଭ୍ରାନ୍ତିକର କଳ୍ପନା କରିବାକୁ ବାଧ୍ୟ କରିଥାଏ । ତେଣୁ ଏସବୁଠୁ ଦୁରରେ ରହିବା ଆମ ପାଇଁ ହିତକର ।

ଯାହାଫଳରେ ତାହା ନାରୀ ଜାତି ଉପରେ ଅନେକ କୁପ୍ରଭାବ ପକାଇଥାଏ । ନାରୀ ଙ୍କ ଉପରେ ହେଉଥିବା ସମସ୍ତ ଅତ୍ୟାଚାର, ଅନୈତିକ ଆଚରଣ ର ମୂଳ ହେଉଛି ଏପରି କିଛି ପାପ କର୍ମ । ଏ କାର୍ଯ୍ୟ ଲାଗି ହୁଏତ ଜଣେ ବ୍ୟକ୍ତି ସାମୟିକ ଉଲ୍ଲାସ ଲଭିପାରେ, ହେଲେ ଏହାର ପରବର୍ତ୍ତୀ କାଳର ଶାସ୍ତି ଅନେକ କଷ୍ଟଦାୟକ । ତାହା ଏ ଜନ୍ମରେ ହେଉ ଅବା ଏହାର ପରବର୍ତ୍ତୀ ଜନ୍ମରେ ।ଏଣୁ କୌଣସି ବିଚାରବନ୍ତ ପୁରୁଷ ନିକଟରୁ ଏପରି ଘୃଣ୍ୟ କାର୍ଯ୍ୟ ର ଆଶା ତ କେବେ ମଧ୍ୟ କରାଯାଇପାରିନା । ସେ ବ୍ୟକ୍ତି ଏପରି ଚିନ୍ତା କରିବା ମଧ୍ୟ ପାପ ଅଟେ । ବାକି ଯେଉଁ ବ୍ୟକ୍ତି ଏପରି କିଛି ଅନୈତିକ କାର୍ଯ୍ୟ ରେ ଅହରହ ଲିପ୍ତ, ସେମାନେ ଯଥାଶୀଘ୍ର ଏପରି କାର୍ଯ୍ୟରୁ କ୍ଷାନ୍ତ ହେବା ନିତାନ୍ତ ଆବଶ୍ୟକ ।

ଯେଦି ଆମର ଏହି କଥା ଆପଣଙ୍କ ପସନ୍ଦ ଆସିଥାଏ, ତେବେ ଆଗକୁ ସେୟାର କରି ଆମକୁ ଉସ୍ଚାହିତ କରିବା ହେଉ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *