ଶ୍ରାବଣ ମାସରେ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ଧନ ବର୍ଷା କରିବେ

Lord-Shiva-Tandav

ଆମେ ସମସ୍ତେ ଜଣିଛେ ଦେବତା ଓ ଭଗବାନଙ୍କ ମଧ୍ୟରେ ସବୁଠାରୁ ରାଗି ହେଉଛନ୍ତି ମହାଦେବ । ମହାଦେବଙ୍କ ଶିବଙ୍କୁ ସାନ୍ତି ରଖିବା ନିହାତି ଜରୁରି । ନହଲେ କେଉଁ ମୁହୁର୍ତ୍ତରେ ବି ସେ ସୃଷ୍ଟି ପ୍ରଳୟ କରିପାରନ୍ତି । ଆଉ ଆମର ହସ ଖୁସିର ସୁଖି ଜୀବନକୁ ନିମିଷକେ ନଷ୍ଟ କରିଦେବେ । ସେ ତାଙ୍କର ତୃତୀୟ ନୟନ ଖୋଲିଲେ କ୍ଷଣିକ ମଧ୍ୟରେ ସୃଷ୍ଟି ପ୍ରଳୟ ହୋଇଯିବ ବୋଳି ବିଶ୍ୱାସ ରହିଛି ।

ତେବେ ମହାଦେବଙ୍କ ବିଷୟରେ ଆମେ ଆଉ ଗୋଟିଏ କଥା ବି ସମସ୍ତେ ଜାଣିଛେ ଯେ, ସେ ହେଉଛନ୍ତି ଭୋଲା ବାବା । ଭୋଲା ବାବା ମାନେ ତାଙ୍କୁ ଯିଏ ତପସ୍ୟା କରି ଖୁସି କରିବ ସେ ତାର ମନକାମନା ପୁରଣ କରିଦିଅନ୍ତୁ । ବେଳେ ବେଳେ ଭକ୍ତର ଇଛ୍ଛା ଅନୁସାରେ ସେ ତାକୁ ସବୁ ଧନ ଧାନ୍ୟରେ ପୁରଣ କରିଦିଅନ୍ତି । ତପସ୍ୟା କରିବା ଲୋକଟା ଯିଏ ବି ହେଉ ନା କାହିଁକି ? ତେବେ ଭୋଲା ବାବାଙ୍କୁ ଶାନ୍ତି କରିବା ପାଇଁ କାଉଡିଆ ମାନେ ଅନେକ ବାଟରୁ ଚାଲି ଚାଲି ଯାଇ ତାଙ୍କ ଲିଙ୍ଗରେ ପାଣି ଢାଳିଥାନ୍ତି ।

ଭୋଲା ବାବାଙ୍କୁ ସାନ୍ତି କରିବା ପାଇଁ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ବେଲପତ୍ର ହିଁ ବାବାଙ୍କ ସବୁଠାରୁ ପ୍ରିୟ । ଯଦି ଆପଣ ବେଲପତ୍ରରେ ଶିବଙ୍କୁ ମୋହି ପାରିଲେ,ତେବେ ଆପଣଙ୍କଠୁ ଭାଗ୍ୟବାନ ଆଉ କେହିବି ରହିବେନି । ବିନା ବେଲ ପତ୍ରରେ ଭୋଲା ବାବାଙ୍କ ପୂଜା ସମ୍ପୁର୍ଣ୍ଣ ହୋଇନଥାଏ । କୁହାଯାଏ ବେଲ ପତ୍ର ହିଁ ବାବାଙ୍କ ପ୍ରତୀକ । କାଉଡିଆ ମାନେ ଶିବଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହିତ ବେଲପତ୍ର ଚଢାଇଥାନ୍ତି । ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ତଳେ ଶିବଙ୍କ ପୂଜା ଅତ୍ୟନ୍ତ ପୂଣ୍ୟଦାୟକ । ଶିବଙ୍କୁ ପୂଜା କରାଯିବା ସମୟରେ ଜଳ, କ୍ଷୀର, ଦହି, ମହୁ ଓ ବେଲପତ୍ର ଅର୍ପଣରୁ ଶିବ ସନ୍ତୋଷ ହୋଇଥାନ୍ତି । ସାଧାରଣତଃ ବେଲପତ୍ର ତିନି ଶାଖା ଯୁକ୍ତ ହୋଇଥାଏ, କିନ୍ତୁ ପଞ୍ଚ ଶାଖା ପତ୍ର ଯୁକ୍ତ ବେଲପତ୍ର ଅଧିକ ଶୁଭଦାୟକ ହୋଇଥାଏ ।

ଗୋଟିଏ ବେଲପତ୍ର ଅର୍ପଣରେ ମଧ୍ୟ ଶିବ ସନ୍ତୋଷ ହୋଇଥାନ୍ତି । ଏଥିପାଇଁ ତାଙ୍କୁ ଆଶୁତୋଷ ମଧ୍ୟ କୁହାଯାଏ । ଶିବ ପୁରାଣରେ ବିସ୍ତୃତ ଭାବେ ବେଲପତ୍ରର ମହିମା ବର୍ଣ୍ଣିତ ହୋଇଛି । ବେଲପତ୍ରକୁ ଭଗବାନ ଶିବଙ୍କ ପ୍ରତୀକ କୁହାଯାଏ । ଭଗବାନ ସ୍ୱୟଂ ଏହାର ମହିମାକୁ ସ୍ୱିକାର କରିଛନ୍ତି । ବେଲ ବୃକ୍ଷର ସୃଷ୍ଟି ମାତା ପାର୍ବତୀଙ୍କ ସ୍ୱେଦରୁ ହୋଇଥିବା ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ବୃକ୍ଷର ଚେରରେ ଗିରିଜାକାଣ୍ଡରେ ମହେଶ୍ୱରୀ, ଶାଖାରେ ଦକ୍ଷାୟିନୀ, ପତ୍ରରେ ପାର୍ବତୀ, ଫୁଲରେ ଗୌରୀ ଏବଂ ଫଳରେ କାତ୍ୟାୟନି ବାସ କରିଥାନ୍ତି । ଦେବୀ ମହାଲକ୍ଷ୍ମୀ ବେଲ ବୃକ୍ଷରେ ବାସ କରିଥାନ୍ତି । ଯେଉଁ ବ୍ୟକ୍ତି ଶିବ ପାର୍ବତୀଙ୍କ ପୂଜା ବେଲପତ୍ର ଅର୍ପଣ ପୂର୍ବକ କରିଥାନ୍ତି ସେହି ବ୍ୟକ୍ତକୁ ଉଭୟ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ । ବେଲପତ୍ରରେ ଶିବଙ୍କୁ ପୂଜୀ ସନ୍ତୁଷ୍ଠ କରିପାରିଲେ ମହାଦେବ ସବୁ ଧନ, ଧାନ୍ୟରେ ପୁରା କରିଦେବେ ।

Leave a Reply

Your email address will not be published. Required fields are marked *