ନିଜ ଗାଁକୁ ସରକାରଙ୍କ ତରଫରୁ କେତେ ଟଙ୍କା ଆସିଛି ଏବଂ କେଉଁ କାର୍ଯ୍ୟରେ କେତେ ଟଙ୍କା ଲାଗିଛି ଏହିପରି ଜାଣନ୍ତୁ ।

VILLAGE

 

ମୋଦି ସରକାର ଆସିବା ପରେ ଦେଶରେ ଅନେକ ବିକାଶର ଧାରା ଦେଖା ଦେଇଛି, ଗାଁର କଲ୍ୟାଣ ଆଉ ସହରର ବିକାଶ ପାଇଁ ଅନେକ ପଦକ୍ଷପ ହାତକୁ ନିଆ ଜାଉଛି, ହେଲେ କେତେକ କଳୁଷିତ ଲୋକଙ୍କ ପାଇଁ ବିକାଶ ଅଧାରେ ରହିଲା ପରି ଲାଗୁଛି । ପ୍ରତ୍ୟକ ଗାଁର ବିକାଶ ପାଇଁ ସରକାର ଅନେକ ଟଙ୍କା ଗ୍ରାମ ପଞ୍ଚାୟତକୁ ପଠେଇଥାନ୍ତି, ହେଲେ ଆପଣ ଜାଣନ୍ତି କି ବର୍ଷକୁ କେତେ ଠଙ୍କା ଆସେ । ଆଜିର ଏହି ଆର୍ଟକିଲରେ ଆମେ ଏସବୁ ବିଷୟରେ କଥା ହେବା ।

ସାରା ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରଗତିର ଛାପ ଛାଡିବା ପାଇଁ ଓ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଅନେକ ଟଙ୍କା ବ୍ୟୟ କରନ୍ତି । ପ୍ରତ୍ୟେକ ଗ୍ରାମ ତଥା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି , ଜିଲ୍ଲା ପରିଷଦ , ଏ ସମସ୍ତକୁ ପର୍ଯ୍ୟାୟ କ୍ରମେ ସରକାରଙ୍କ ତରଫରୁ ଅନୁଦାନ ଆସିଥାଏ । ହେଲେ ସେ ସମସ୍ତ ର ସଠିକ ତଥ୍ୟ ସମ୍ପର୍କରେ ଜନସାଧାରଣ ଅବଗତ ନଥାନ୍ତି । ତେଣୁ କିଛି ଅସାଧୁ ଅଧିକାରୀ ଟଙ୍କା ମଧ୍ୟ ହଡ଼ପ କରିନିଅନ୍ତି । ସେହି ସମସ୍ତ ହଡପର ପ୍ରଦାଫାସ ଆପଣ ବି କରିପାରିବେ , ବାସ ଫଢନ୍ତୁ ଏହି ତଥ୍ୟ ।

ତେଣୁ ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ଅନଲାଇନ ପୋର୍ଟାଲ ର ପ୍ରଚଳନ ହୋଇଛି । ଏହି ଅନଲାଇନ ପୋର୍ଟାଲ ହେଉଛି planning online.gov.in । ଆପଣ ନିଜ ସ୍ମାର୍ଟ ଫୋନ ଜରିଆରେ ଘରେ ବସି ସମସ୍ତ ସରକାରୀ ଅନୁଦାନ ସମ୍ପର୍କରେ ଜାଣିପାରିବେ । ତାହା ଏପରି , ପ୍ରଥମେ ଆପଣ ସେହି ଅନଲାଇନ ପୋର୍ଟାଲ ରେ ଲଗ ଇନ କରିବେ ଗୁଗୁଲ ମାଧ୍ୟମରେ । ତାପରେ ସ୍କ୍ରିନ ରେ ଦୃଶ୍ୟମାନ ଦ୍ଵିତୀୟ ଅପସନ ରେ କ୍ଲିକ କଲେ ସେଥିରେ ଆପଣଙ୍କୁ ପର୍ଯ୍ୟାୟକ୍ରମେ Planning year,State ,District, plan unit type ରେ ତଥ୍ୟ ଦେବାକୁ କୁହାଯିବ ।

ଆପଣ ତଥ୍ୟ ଦେଇ ସବମିଟ କଲେ ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ମିଳିଯିବ । ନିର୍ଦ୍ଦିଷ୍ଟ ରୂପେ ଜାଣିବାକୁ ଚାହିଁଲେ କିଛି କ୍ଷେତ୍ରରେ ଅଧିକ ରୂପେ ଆପଣଙ୍କୁ ଆପଣଙ୍କ ପଞ୍ଚାୟତ ସମିତି , ଗ୍ରାମ ପଞ୍ଚାୟତ ଓ ଗ୍ରାମ ର ନାଁ ମଧ୍ୟ ମଗାଯାଇପାରେ । ଏ ସମସ୍ତ ତଥ୍ୟ ଦେଇ ସବମିଟ କଲେ, ଆପଣଙ୍କୁ ନିର୍ଦ୍ଦିଷ୍ଟ ରୂପେ ଆପଣ ଜାଣିବାକୁ ଚାହୁଁଥିବା ସମସ୍ତ ତଥ୍ୟ ମିଳିଯିବ । ଏବେ ଆପଣ ନିଶ୍ଚିନ୍ତ ହୋଇ ଘରେ ବସି କେଉଁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କେତେ ପରିମାଣ ର ବ୍ୟୟ ବରାଦ ତଥା ଟଙ୍କା ଖର୍ଚ୍ଚ ହୋଇଛି ତାହା ଜାଣିପାରିବେ । ଏହାଫଳରେ ଭବିଷ୍ୟତରେ କୌଣସି କ୍ଷେତ୍ରରେ ଆର୍ଥିକ କାରବାର କୁ ନେଇ ସନ୍ଦେହ ହେଲେ ଆପଣ ସେ ବିଷୟରେ ନିଜ ତରଫରୁ ଅନୁସନ୍ଧାନ କରିପାରିବେ ସମସ୍ତ ପ୍ରମାଣ ସହିତ ।

Leave a Reply

Your email address will not be published. Required fields are marked *