ଭୁଲରେ ବି କରୁଥିଲେ ଏହି ସବୁ କାମ, ଜାଣି ରଖନ୍ତୁ ଏହି ସବୁ କଥା

new

ବେଳେ ବେଳେ ଆମ ଅଜାଣତରେ ଆମେ ଏମିତି କିଛି ଭୁଲ କାମ କରିଥାଉ, ଯାହା ପାଇଁ ଆମକୁ ବହୁତ ପ୍ରାଶ୍ଚିତ କରିବାକୁ ପଡିଥାଏ । ଏ ଜଗତେ ମଣିଷ ଜନ୍ମ ପାଇଛନ୍ତି ମାନେ କର୍ମ ତ ନିଶ୍ଚିତ କରିବାକୁ ପଡିବ । ତାହା ନିଜ ଉପରେ ନିର୍ଭର କରେ କି ଜଣେ ବ୍ୟକ୍ତି କୋଉଭଳି କର୍ମ କରିବ । କେହି ଖରାପ କର୍ମ କରେ ତ କେହି ଧର୍ମ ପ୍ରଣାୟନ ହୋଇ ସଚୋଟ କର୍ମ । ନିଜ କର୍ମ ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କ ମୁହଁରେ ହସ ଖେଳେଇବ ନା ନିଜ ପାଇଁ ଅନ୍ୟ ପାଞ୍ଚ ଜଣଙ୍କୁ କନ୍ଦାଇବ । ସେ ପାର୍ଥକ୍ୟ କୁ ଆଧାର କରି କର୍ମକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ତାହା ସୁକର୍ମ ଓ କୁକର୍ମ ।ଯଥାଆସମ୍ଭବ ଚେଷ୍ଟା କରନ୍ତୁ କୁକର୍ମ ଠାରୁ ଦୂରେଇ ରହିବା ପାଇଁ ।

ସୁକର୍ମ କରିବା ମଣିଷ ଲାଗି ଶ୍ରେୟସ୍କର । ଏହି କର୍ମ କରୁଥିବା ବ୍ୟକ୍ତି ବିଷେଶଙ୍କୁ ସ୍ବର୍ଗ ପ୍ରାପ୍ତି ହୁଏ । ଯେଉଁ ବ୍ୟକ୍ତି ସୁକର୍ମ ବିଷୟରେ ଚିନ୍ତା କରିବାରେ ମନ୍ଥର ତଥା କୁକର୍ମ ପ୍ରତି ଆଗ୍ରହୀ, ତେବେ ସେ ବ୍ୟକ୍ତି ନିଶ୍ଚିତ ରୂପେ କୁକର୍ମାଭିମୁଖୀ ହୋଇଥାଏ । ମଣିଷ ଏହା ଜାଣିରଖିବା ଉଚିତ ଯେ ପୁଣ୍ୟ କାର୍ଯ୍ୟ ରେ ସର୍ବଦା ପ୍ରକୃତ ଆନନ୍ଦ ହିଁ ମିଳିଥାଏ । ପ୍ରକୃତ ଆତ୍ମତୃପ୍ତୀ କେବଳ ସୁକର୍ମରେ ହିଁ ରହିଥାଏ । ହେଲେ ପାପ କର୍ମର ପରିଣାମ ଖୁବ ଭୟଙ୍କର ହୋଇଥାଏ ।ହେଲେ ସତକର୍ମ ର ପରିଣାମ ନିଶ୍ଚିତ ରୂପେ ଶୁଭଫଳ ପ୍ରଦାନିଥାଏ । ସୁକର୍ମ ଜ୍ଞାନୀ ଜନଙ୍କୁ ପରିଶେଷରେ ପୂର୍ଣ୍ଣତା ଆଣିଦେଇଥାଏ ।

କିନ୍ତୁ କୁକର୍ମ ଜ୍ଞାନୀଙ୍କୁ ମଧ୍ୟ ଅଜ୍ଞାନ ରେ ପରିଣତ କରିଦେଇଥାଏ । ନିର୍ଦୋଷ ବ୍ୟକ୍ତିଙ୍କୁ ବିନା କାରଣରେ ନିଜ ବଳ ଦେଖେଇ କଷ୍ଟ ପ୍ରଦାନ କଲେ ଜୀବନରେ ଅନେକ କିଛି ଭୋଗିବାକୁ ପଡେ ।ସୁକର୍ମ ବା ଜ୍ଞାନୀ ବ୍ୟକ୍ତି ଜୀବନରେ ପ୍ରଶାନ୍ତି ଲଭିବା ଏକ ଯଥୋଚିତ ବ୍ୟାପାର । କୁକର୍ମୀ ବର୍ତ୍ତମାନ ଜନ୍ମର ମୃତ୍ୟୁ ପରେ ହୀନ ଜନ୍ମ ଲଭନ୍ତି । ସୁକର୍ମୀ ପରବର୍ତ୍ତୀ ଜନ୍ମରେ ଦିବ୍ୟ ଜନ୍ମ ପ୍ରାପ୍ତ କରନ୍ତି । ପାପୀ ଏହା ଭାବିବା ଉଚିତ ନୁହଁ gଯେ ସେ ନିଜ କୁକର୍ମ ର ଫଳ ପ୍ରାପ୍ତିରୁ ବର୍ତିଯିବ । ଯେତେଦିନ ପର୍ଯ୍ୟନ୍ତ ପାପ ର କଳସ ପୂର୍ଣ ନହେଇଛି ସେତେପର୍ଯ୍ୟନ୍ତ ତାହା ପାପୀ କୁ ସୁଖ ପ୍ରଦାନିଥାଏ ।

ତେଣୁ ବନ୍ଧୁ ସୁକର୍ମରେ ମନ ନିୟୋଗ କରନ୍ତୁ, ଏବଂ କୁ କର୍ମଠାରୁ ଦୁରେଇ ରୁହନ୍ତୁ । ଇଶ୍ବର ପ୍ରାପ୍ତି ପାଇଁ ସୁକର୍ମ ହିଁ ପ୍ରକୃଷ୍ଠ ମାଧ୍ୟମ । ନିଜର କର୍ମ ଉପରେ ଭରଷା ରଖନ୍ତୁ.. ଯଦି ଆପଣଙ୍କୁ ଆମର ଏହି ବିଚାର ଭଲ ଲାଗିଥାଏ, ତେବେ ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *