ଭାରତ ପାଇଁ ହ୍ୱାଟ୍ସଆପ୍ ନେଲା ବଡ ନିଷ୍ପତି: ଜାଣି ନିଅନ୍ତୁ, ନଚେତ ଜାଇପରନ୍ତି ଜେଲ

whatsapp

whatsapp

ହ୍ୱାଟ୍ସଆପ୍ ନିଜ ଭାରତୀୟ ୟୁଜର୍ସଙ୍କ ପାଇଁ ବଡ ନିଷ୍ପତ୍ତି ନେବାକୁ ଯାଉଛି । ହ୍ୱାଟ୍ସଆପରେ ଲଗାତାର ବ୍ୟାପୁଥିବା ଗୁଜବକୁ ରୋକିବା ପାଇଁ କମ୍ପାନୀ ଏମିତି ଏକ ଫିଚର୍ସର ପରୀକ୍ଷା କରୁଛି ଯାହା ଆସିବା ପରେ ଆପଣ ସବୁ ଗ୍ରୁପକୁ ମେସେଜ କରିପାରିବେ ନାହିଁ ଅର୍ଥାତ୍ ମେସେଜ ଫରୱାଡ୍ କରିବାର ସୀମା ନିର୍ଦ୍ଧାରିତ ହେବ ।

ହ୍ୱାଟ୍ସଆପ୍ ଗୁରୁବାର ଏକ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛି । ସୂଚନାରେ କୁହାଯାଇଛି ଭାରତୀୟ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏମିତି ଏକ ଫିଚର୍ସ ଲଞ୍ଚ ହେବ ଯାହାପରେ ଭିଡିଓ କିମ୍ବା ମେସେଜ ସୀମିତ ସଂଖ୍ୟା ଏବଂ ସୀମିତ ଗ୍ରୁପରେ ଫରୱାଡ୍ କରାଯାଇପାରିବ ।

କେବଳ ୫ଟି ଗ୍ରୁପରେ ମେସେଜ କିମ୍ବା ଭିଡିଓ କରିପାରିବେ ଫରୱାଡ୍

ନୂଆ ଅପଡେଟ୍ ପରେ ହ୍ୱାଟ୍ସଆପରେ ମେସେଜକୁ ଆଉ ତୁରନ୍ତ ଫରୱାଡ୍ କରିହେବନି । ଏଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରିତ କରାଯିବ । ଏହାସହିତ ଭାରତୀୟ ୟୁଜର୍ସଙ୍କ ପାଇଁ ଗୋଟିଏ ଥରରେ କେବଳ ୫ ଗ୍ରୁପରେ ହିଁ କୌଣସି ମେସେଜକୁ ଫରୱାଡ୍ କରାଯାଇପାରିବ । ତେବେ ଅପଡେଟ୍ ପରେ ଅନ୍ୟଦେଶରେ ଏକାଥରେ ୨୦ଟି ଅଲଗା ଗ୍ରୁପରେ ମେସେଜକୁ ଫରୱାଡ୍ କରାଯାଇପାରିବ । କହିରଖୁଛୁ ସବୁ ଦେଶ ତୁଳନାରେ ଭାରତରେ ଅଧିକ ହ୍ୱାଟ୍ସଆପ ମେସେଜ ଫରୱାଡ୍ ହେଉଛି ।

କେନ୍ଦ୍ର ସରକାରଙ୍କ ତରଫରୁ ହ୍ୱାଟ୍ସଆପକୁ ଦ୍ୱିତୀୟ ଥର ପାଇଁ ନୋଟିସ ଜାରି ହୋଇଛି ।ବ୍ୟାପୁଥିବା ଗୁଜବ ରୋକିବାକୁ ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପକୁ ନୋଟିସ ଜାରି କରାଯାଇଛି । ଯଦି ହ୍ୱାଟ୍ସଆପ ଏହି ଦିଗରେ କିଛି ପଦକ୍ଷେପ ଗ୍ରହଣ ନକରେ ତେବେ ତୁରନ୍ତ ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ୩ ଜୁଲାଇରେ  ହ୍ୱାଟ୍ସଆପକୁ ପ୍ରଥମ ନୋଟିସ୍ ଜାରି ହୋଇଥିଲା  ।

One Comment on “ଭାରତ ପାଇଁ ହ୍ୱାଟ୍ସଆପ୍ ନେଲା ବଡ ନିଷ୍ପତି: ଜାଣି ନିଅନ୍ତୁ, ନଚେତ ଜାଇପରନ୍ତି ଜେଲ”

Leave a Reply

Your email address will not be published. Required fields are marked *