ସୁନା ଚାଲାଣର ନୂଆ ତରିକା: ମହିଳାଙ୍କ ଗୁପ୍ତାଙ୍ଗରୁ ୧୨ ଖଣ୍ଡ ସୁନା ଜବତ

GOLD

GOLD

ଏବେ ଚୋରମାନେ ବି ଆପଣେଇଲେଣି ଅନେକ ପଦ୍ଧେତି, ଏବେ ସାମ୍ମନାକୁ ଆସିଛି ଚୋରା ଚାଲଁର ଏକ ନୁଆ ଆଧ୍ୟାୟ | ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୀମା ଶୁଳ୍କ ଅଧିକାରୀମାନେ ଗତ ୨ ଦିନ ମଧ୍ୟରେ ୨କୋଟିରୁ ଅଧିକ ମୂଲ୍ୟର ସୁନା ଜବତ କରିଛନ୍ତି। ଏହି ବେଆଇନ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ଗତ ୯ ତାରିଖ ଦିନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୀମା ଶୁଳ୍କ ଅଧିକାରୀମାନେ ଦୁବାଇରୁ ଆସିଥିବା ଦୁଇଜଣ ଯାତ୍ରୀଙ୍କଠାରୁ ୧ କେଜି ୯୩୬ ଗ୍ରାମ୍‌ ସୁନା ଜବତ କରିଥିଲେ। ଏହି ସୁନାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୧ କୋଟି ୩୭ ଲକ୍ଷ ୯୫ ହଜାର ୪୫୫ ଟଙ୍କା ବୋଲି ଜଣାଯାଇଛି। ଉଭୟଙ୍କୁ ଗିରଫ କରାଯାଇଛି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଗତକାଲି (ମଙ୍ଗଳବାର)। ସୁଦାନରୁ ଆସିଥିବା ଦୁଇ ମହିଳା ନିଜ ଗୁପ୍ତାଙ୍ଗରେ ସୁନା ଚୋରଚାଲାଣ କରୁଥିବା ବେଳେ ସୀମା ଶୁଳ୍କ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ମହିଳାଦ୍ୱୟ ନିଜ ଗୁପ୍ତାଙ୍ଗରେ ୧୨ଟି ସୁନାଖଣ୍ଡ ରଖିଥିଲେ। ଖାନତଲାସି ବେଳେ ତାଙ୍କ ନିକଟରୁ ଏହା ଜବତ ହୋଇଥିଲା। ସୁନା ଚାଲାଣ କରିବାର ଏଭଳି ତରିକା ଅଧିକାରୀମାନଙ୍କୁ ତାଜୁବ୍‌ କରି ଦେଇଥିଲା। ଏଭଳି ଘଟଣା ଘଟିବା ପରେ ଅଧିକାରୀମାନେ ଅଧିକ ସଜାଗ ହୋଇଯାଇଥିବା ଜଣାଯାଇଛି। ତେବେ ମହିଳାଦ୍ୱୟଙ୍କଠାରୁ ଜବତ ସୁନାର ଆନ୍ତର୍ଜାତିକ ବଜାର ମୂଲ୍ୟ ୩୯ ଲକ୍ଷ ୨୯ ହଜାର ୬୬୫ ଟଙ୍କା ବୋଲି ଜଣାଯାଇଛି। ଉଭୟଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *