ବାପା ଚଳାନ୍ତି ଅଟୋ , କିନ୍ତୁ ପୁଅ ବନେଇଛନ୍ତି ସୁନ୍ଦର ଘର ଓ କୋଟି କୋଟି ଟଙ୍କା ଗାଡିର ମାଲିକ

ଭାରତ ଏକ କଳା ମାତୃକାର ଦେଶ, ଭାରତର ସବୁ ଯାଗାରେ କଳାକାର ଭର୍ତ୍ତି ହୋଇ ରହିଛନ୍ତି. କାହା ପାଖେ ନୃତ୍ୟ ପ୍ରଦର୍ଶନର କଳା ତ କାହା ପାଖେ ଗୀତର ପ୍ରତିଭା ଅଛି, ସେହି କଳାକାର ମାନଙ୍କୁ ଲୋକ ଲୋଚନକୁ ଆଣିବାକୁ କେବଳ ଏକ ମଞ୍ଚର ଆବଶ୍ୟକ, ଆଜି ଆମର ଏହି ପୋଷ୍ଟରେ ଆମେ ଜଣେ ଏମିତି ପୁଅ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ସବୁ ଦାରିଦ୍ରତାକୁ ପାର କରି ନିଜ ପ୍ରଚେଷ୍ଟାରେ ସଫଳ ହୋଇ ପାରିଛନ୍ତି.

ଆମ ଦେଶରେ ଯୁବ କଳାକାର ଭରି ରହିଛନ୍ତି , ସେମିତି ବି ଆମଦେଶରେ ଗରିବ ପରିବାର ଅଧିକା ଦେଖିବାକୁ ମିଳେ । କିନ୍ତୁ ସବୁ ପରିବାର କେଉଁ ପିଲା ନାଁ ନିଶ୍ଚିତ ଉଜ୍ଜଳ କରିଥାଏ , ବହୁତ ଥର ଦେଖାଯାଏ କି ଧନୀ ଘରର ପିଲା ବେଶୀ ବିଗିଡି ଥାନ୍ତି । ଛୁଆ ବେଳରୁ ତାଙ୍କର ସବୁ ସୁବିଧା ମିଳୁଥିବା ହେତୁ ସେ ନିଜ ପରିଶ୍ରମରେ କିଛି କାମ କରନ୍ତି ନାହିଁ ,ଗରିବ ପରିବାରର ପିଲା କିନ୍ତୁ କିଛି କରି ଦେଖାଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଆମ ଭାରତ ଦେଶରେ ଯେତେ କାମୟାବ ଆଇପିଏସ୍ ଓ ଆଇଏଏସ୍ ଅଫିସର୍ ଅଛନ୍ତି , ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ପରିବାରରୁ ଆସିଛନ୍ତି ।

କହନ୍ତି ନା ଭଗବାନ ଦିନେ ନା ଦିନେ ନିଜ ପରିଶ୍ରମର ଫଳ ନିଶ୍ଚିତ ଦେଇଥାନ୍ତି । ଓ ଯେତେବେଳେ ଦିଅନ୍ତି ଛପର୍ ଫାଡି କରିଦିଅନ୍ତି । ଆଜି ଆମେ ଏମିତି ଏକ ବ୍ୟକ୍ତିଙ୍କ ସହ କଥା କହିବାକୁ ଯାଉଛୁ ଯିଏକି ଦାରିଦ୍ରତାର ସାମନା କରି କେବେ ହାର୍ ମାନି ନାହାନ୍ତି , ଏହି ପିଲାଟି ଆଉ କେହି ନୁହେଁ ବରଂ ଭାରତର ଏକ ପ୍ରସିଦ୍ଧ ଡ୍ୟାନ୍ସର ଅଟେ । ଏହି କିଛି ଦିନ ହେବ ଭାରତରେ ବହୁ ରିୟାଲିଟି ଶୋ ଚାଲୁଚି ।ଯେଉଁଥିରେ ଅଧିକାଂଶ ଡ୍ୟାନ୍ସ ର ହିଁ ହୋଇଥାଏ । ଏଥିରେ ଛୋଟରୁ ନେଇ ବଡ ପର୍ଯ୍ୟନ୍ତ ଡାନ୍ସ କରିଥାନ୍ତି । ଓ ନିଜ ପ୍ରତିଭା ଦୁନିଆଁ ଆଗରେ ଦେଖେଇଥାନ୍ତି ।

ଏକ ଭାରତୀୟ ଚ୍ୟାନେଲରେ ଡ୍ୟାନ୍ସ ଶୋ ଜିତିଲା ପରେ ଫୈଜଲ ଖାନ୍ ଏବେ ଆକ୍ଟିଙ୍ଗ୍ କରିବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ଏବେ ବର୍ତ୍ତମାନ ୨୦ ବର୍ଷ ବୟସର ଅଟନ୍ତି । ସାଧାରଣ ପରିବାରରୁ ଆସିଥିବା ଫୈଜଲ ଖାନ୍ ଆଜି ସଫଳତାର ଶିଖରକୁ ଛୁଇଁ ପାରିଛନ୍ତି  ଯେତେବେଳେ ଡ୍ୟାନ୍ସ ରିୟାଲିଟି ଶୋ ତାର ଶୋ ଆରମ୍ଭ କରିଥିଲା ସେତେବେଳେ ଏକ ଶୋ ଚାଲିଥିଲା ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର ୨ ରେ ସେ ଭାଗ ନେଇ ଜିତିଥିଲେ । ଓ ଏହି ଶୋ ପରେ ସେ ପୁରା ବଦଳିଗଲା ।

ଫୈଜଲ ପ୍ରସିଦ୍ଧ ଐତିହାସିକ ଶୋ ଭାରତର ବୀର ପୁତ୍ର ମହାରଣା ପ୍ରତାପ ୨୦୧୩-୨୦୧୪ ରେ ଲିଡ୍ ରୋଲ୍ ନେଇଥିଲେ । ଓ ଦର୍ଶକଙ୍କ ମଧ୍ୟରେ ସେ ଏକ ଅଭିନେତା ଭାବେ ଜଣା ଯାଇଥିଲେ । ଫୈଜଲ ଷ୍ଟାର୍ ପ୍ଲସ୍ ର ରିୟାଲିଟି ଶୋ ଝଲକ ଦିଖଲାଜା ସିଜନ ୭ ର ବି ବିଜେତା ରହିସାରିଛନ୍ତି । ଫୈଜଲଙ୍କ ପିତା ଏକ ମାମୁଲି ଅଟୋ ଡ୍ରାଇଭର୍ ଅଟନ୍ତି । କିନ୍ତୁ ନିଜ ପ୍ରତିଭା ଯୋଗୁଁ ସେ ନିଜ ପାରିଶ୍ରାମିକରେ ଏକ ଦୁଇଟି କାର୍ ଓ ଏକ ବାଇକ୍ ଅଛି । ଏତିକି ନୁହେଁ ଫୈଜଲଙ୍କ ମୁମ୍ବାଇରେ କୋଟିଏ ଟଙ୍କାର ଫ୍ଲାଟ୍ ବି ଅଛି , ଏହି କିଛି ଦିନ ହେବ ମୁମ୍ବାଇର ଫ୍ଲାଟ୍ ରେ ନିଜ ପରିବାର ସହ ରହୁଛନ୍ତି ।

ଫୈଜଲଙ୍କ ଫ୍ଲାଟ୍ ଟି ୧ ବିଏଚ୍ କେ ର ଅଟେ ,ଏହି ଫ୍ଲାଟ୍ ସେ ମୁମ୍ବାଇର ପ୍ରସିଦ୍ଧ ଜାଗା ପୋଶରେ ନେଇଛନ୍ତି । ଏତେ ପଇସା କମେଇସାରିଲା ପରେ ମଧ୍ୟ ସେ ନିଜ ଜମୀର ହରାଇନାହାନ୍ତି । ତାଙ୍କ ବାପା ଏକ ମାମୁଲି ଅଟୋ ଚଳାଇବାକୁ ପସନ୍ଦ କରୁଛନ୍ତି , ଫୈଜଲ ପରି ଅନ୍ୟ ଲୋକ ବି ଅଛନ୍ତି । ତାଙ୍କ ପାଖରେ ପ୍ରତିଭା ବି ଅଛି , କିନ୍ତୁ ଠିକ୍ ପ୍ଲାଟଫର୍ମ ନ ମିଳିବା କାରଣରୁ ସେ ଆଜି ବି ମଞ୍ଜିଲ୍ ର ସନ୍ଧାନରେ ଅଛନ୍ତି ।