ଘରର କେଉଁ ଦିଗରେ ଆଲମାରୀ ରଖିଲେ ମିଳିଥାଏ ମାଆ ଲଷ୍ମୀଙ୍କ କୃପା ।

almira

ଆମର ଏହି ମହାନ ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଯାହା ଆମେ ଜାଣିନଥାଉ। ସେଥିପାଇଁ ଧନର ଅଭାବ ମଧ୍ୟ ବହୁତ ଜାଗାରେ ଦେଖା ଯାଇଥାଏ ।ଯଦି ଆମେ ଠିକ ଜାଗାରେ ଆଲମାରୀ ରଖିବା ତାହେଲେ ଧନ ସମ୍ପତ୍ତି ସହିତ ପରିବାର ସଦସ୍ୟଙ୍କ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ ।ଆଲମାରୀକୁ ଘରର ଦକ୍ଷିଣ ପଟ କାନ୍ଥକୁ ଲଗାଇ ରଖିଲେ ଏହାର ମୁହଁ ଉତ୍ତର ପଟକୁ ରହେ ଯାହାକି ଅତ୍ୟନ୍ତ ଶୁଭଦାୟକ ହୋଇଥାଏ କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରିଥାନ୍ତି ତେଣୁ ଏହି ଦିଗରେ ଆଲମାରୀକୁ ଗଖିବା ଦ୍ୱାରା ଘରକୁ ଶୁଭ ହେବାସହ ଧନର ସଞ୍ଚୟ ମଧ୍ୟ ହୋଇଥାଏ ।ଏହା ଘରର ଆର୍ଥିକ ସମସ୍ୟାକୁ ମଧ୍ୟ ସୁଧାରିଥାଏ।ଯଦି ଆମେ ଆମ ଘରର ପଶ୍ଚିମ ଦିଗର କାନ୍ଥକୁ ଆଲମାରୀଟିକୁ ଲଗାଇକରି ଭଲଭାବରେ ରଖିବା ତାହେଲେ ଏହି ଆଲମାରୀର ମୁହଁ ପୂର୍ବ ଆଡକୁ ରହିବ ।

laxmi1

ପୂର୍ବ ଦିଗରେ ବାସ କରନ୍ତି ଭଗବାନ ଇନ୍ଦ୍ର ତେଣୁ ଏହି ଆଲମାରୀ ରଖିବାଦ୍ୱାରା ଧନର ବୃଦ୍ଧି ହୋଇଥାଏ ,ପୂର୍ବ ଦିଗକୁ ଉନ୍ନତିର ଦିଗ ମଧ୍ୟ କୁହାଯାଏ ।ଏହି ଦିଗକୁ ଆଲମାରୀର ମୁହଁ ହେବା ଦ୍ୱାରା ଘରର ଉନ୍ନତି ହୋଇଥାଏ ।ଘରର ଶୁଭ ମଧ୍ୟ ହୋଇଥାଏ।ପୂର୍ବ ଦିଗର କାନ୍ଥକୁ ଲଗେଇ ଆଲମାରୀକୁ ରଖନ୍ତୁ ନାହିଁ କାରଣ ଏହିଦିଗକୁ ଆଲମାରୀ ରଖିଲେ ଧନ ପ୍ରାପ୍ତିର ଅଧିକ ସମୟ ଲାଗିଥାଏ ଏବଂ ଧନ ସଞ୍ଚୟ ହେବା ବହୁ କଷ୍ଟକର ହୋଇଥାଏ ,କାରଣ ଏହିଦିଗରେ ସ୍ୱାମୀ ବରୁଣ ଅଟନ୍ତି ।ଘରେ ଆର୍ଥିକ ପରିସ୍ଥିତି ଦେଖା ଯାଇଥାଏ ।ଏହି ଭୁଲଟିକୁ ଆପଣ କରନ୍ତୁ ନାହିଁ।ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ମଧ୍ୟ ମୁହଁ କରି ଆଲମାରୀ ରଖନ୍ତୁ ନାହିଁ କାରଣ ଏହିଦିଗ ଅଶୁଭ ଏବଂ କ୍ଷୟର ପ୍ରତୀକ ।ଆଲମାରୀକୁ କେତବେଳେବି ଆପଣମାନେ ଖାଲି ରଖନ୍ତୁ ନାହିଁ ।

laxmi

ଆଲମାରୀ ଭିତରେ ଭଗବାନ ଯଥା-ଲଷ୍ମୀ,ଗଣେଶ, ସରସ୍ୱତୀ ଆଦି ଫୋଟୋ ଗୁଡା ଲଗେଇ ରଖନ୍ତୁ ।ଆଲମାରୀକୁ ରଖୁଥିବା ସ୍ଥାନକୁ କେବେବି ଅଳିଆ ଆବର୍ଜନା କରନ୍ତୁ ନାହିଁ ସବୁବେଳେ ତାକୁ ସଫା ସୁତୁରା ରଖନ୍ତୁ ।କାରଣ ଏହି ଆଲମାରୀ ହେଉଛି ଧନର ପ୍ରତୀକ।ଆମ ଘରେ ଆଲମାରୀକୁ ବସ୍ତୁଶାସ୍ତ୍ର ଅନୁସାରେ ରଖିଲେ ଏହା ସମସ୍ତଙ୍କୁ ଶୁଭଫଳ ଦେବାସହ ଧନର ବୃଦ୍ଧି ମଧ୍ୟ ହୋଇଥାଏ ।ଭାଙ୍ଗି ଯାଇଥିବା ଆଲମାରୀ କେବେବି ଘରେ ରଖନ୍ତୁ ନାହିଁ ।ଆଲମାରୀ ଉପରେ କିଛିବି ଜିନିଷ ରଖନ୍ତୁ ନାହିଁ ।ଆଲମାରୀକୁ ଲୋକ ଦେଖାଣିଆ ଜାଗାରେ ରଖନ୍ତୁ ନାହିଁ ।ଆଲମାରୀର ଚାବିକୁ ସାଇତି ରଖନ୍ତୁ ଏପଟେ ସେପଟେ ରଖନ୍ତୁ ନାହିଁ ।କାରଣ ଆଲମାରୀର ଚାବି ହଜିଗଲେ ବହୁତ ଅଶୁଭ ପ୍ରଭାବ ପଡିଥାଏ।

laxmi212

ଆଲମାରୀରେ କିଛିନା କିଛି ରଖିଥାନ୍ତୁ ତାକୁ କେବେବି ଖାଲି ରଖନ୍ତୁ ନାହିଁ ।ଆଲମାରୀ ଭିତରକୁ ମାସକରେ ଥରେ ନିଶ୍ଚୟ ଭାବରେ ସଫା କରନ୍ତୁ ।ଆଲମାରୀରେ ପୁରାଣ ପୋଥି କିଛି ରଖିଲେ ଏହା ଶୁଭଫଳ ଦେଇଥାଏ ।ଆଲମାରୀକୁ ଲାଗେଇକରି କିଛିବି ଜିନିଷ ରଖନ୍ତୁ ନାହିଁ କିଛି ଦୂର ଛାଡିକି ଜିନିଷ ଗୁଡାକ ରଖନ୍ତୁ ।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *