ସାମ୍ନାକୁ ଆସିଲା ସବୁ ରହସ୍ୟ, ଶେଷରେ ବର୍ଷା କହିବାକୁ ବାଧ୍ୟ ହେଲେ ଆଉ କହିଲେ ….

baru

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ।  ବିଛେଦ ପାଇଁ ବର୍ଷା ଏବଂ ଅନୁଭବ ଉଭୟ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ପ୍ରଥମେ ବର୍ଷା ଛାଡପତ୍ର ପାଇଁ କ୍ଷତିପୂରଣ ବାବଦକୁ 15 କୋଟି ଟଙ୍କା ମାଗିଛନ୍ତି। ଏହା ଛଡ଼ା କୋର୍ଟରେ ଦେଇଥିବା ଅଫିଡେବିଟ୍ ରେ ବର୍ଷା ଅଭିଯୋଗ କରିଛନ୍ତି ଯେ ଅନୁଭବଙ୍କ ର ଅନେକ ଝିଅ ମାନଙ୍କ ସହ ସମ୍ପର୍କ ରହିଛି। ସେ ଜଣେ ପେଶାଦାର ମଦୁଆ ଅଟନ୍ତି। ମଦ ପିଇ ପ୍ରତିଦିନ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦିଅନ୍ତି।

barsha1212

ଏପଟେ ଅନୁଭବ ପାଲଟା ଅଭିଯୋଗ କରିଛନ୍ତି ଯେ ବର୍ଷା ମୋତେ ଏବଂ ମୋ ପରିବାର କୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ। ମୁଁ ତାଙ୍କୁ କେମିତି ଭରସା କରିବି। ଏ ଜନ୍ମ ନୁହେଁ କି ଆଉ କୋଉ ଜନ୍ମରେ ତାଙ୍କ ସହ ରହିବାକୁ ଚାହୁଁନାହିଁ। ଅନୁଭବ ଙ୍କ ସମ୍ପତ୍ତି କୁ ନେଇ ବଡ଼ ଖୁଲାସା କରିଛନ୍ତି ପତ୍ନୀ ବର୍ଷା। ଅନୁଭବ ନିଜ ଶପଥ ପାଠ ରେ ପ୍ରାୟ ଦୁଇ କୋଟି ଟଙ୍କା ଥିବାର ସ୍ୱୀକାର କରିଥିଲେ କିନ୍ତୁ ତାଙ୍କ ପାଖରେ କଳା ଧନ ଅଛି ବୋଲି ସ୍ପଷ୍ଟ ହୋଇଯାଇଛି। ତାଙ୍କର ସର୍ବମୋଟ ସମ୍ପତି 70 କୋଟି ରୁ ଉର୍ଦ୍ଧ୍ବ।

ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ଫାଟ ପରେ ଏବେ ବର୍ଷା କୋର୍ଟ ର ଦ୍ୱାରସ୍ଥ ହେବାସହିତ ତାଙ୍କୁ କ୍ଷତିପୂରଣ ବାବଦ ୧୩ କୋଟି ଟଙ୍କା ,ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା ଏବଂ ପ୍ରତି ମାସରେ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା ଦାବି କରିଛନ୍ତି । ଆପଣ ଭାବୁଥିବେ ଅନୁଭବ ଙ୍କ ପାଖରେ କେତେ ସମ୍ପତି ଅଛି ଯେ ବର୍ଷା ୧୫ କୋଟି ଦାବି କରିଛନ୍ତି ତେବେ ଆସନ୍ତୁ ନଜର ପକାଇବା ଅନୁଭବ ଙ୍କ ସମ୍ପତି କେତେ ।

barsha

2019 ନିର୍ବାଚନ ରେ କେନ୍ଦ୍ରାପଡା ଆସନ ରୁ ନିର୍ବାଚନ ଲଢ଼ିବା ସମୟରେ ଅନୁଭବ ଯେଉଁ ନାମାଙ୍କନପତ୍ର ଦାଖଲ କରିଥିଲେ ସେଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ତଥ୍ୟ ଅନୁଯାୟୀ ଅନୁଭବଙ୍କ ୧ କୋଟି ୪ ଲକ୍ଷ ୯୬ ହଜାର ୧୧୦ଟଙ୍କା ଅସ୍ଥାବର ସମ୍ପତି ରହିଛି। ୭୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତି ରହିଛି । କଟକ ନନ୍ଦୀ ସାହି ଏବଂ ଭୁବନେଶ୍ୱର ରେ ଦୁଇଟି ଘର ରହିଛି ।

ତାଙ୍କର ଦରମା ବିଷୟରେ ଯଦି ଆମେ କହିବା, ଏତଦ ବ୍ୟତୀତ ସେ ଲୋକସଭା ସାଂସଦ ହେଇଥିବାରୁ ମାସିକ ଦରମା ବାବଦ 2ଲକ୍ଷ ଷାଠିଏ ହଜାର ପାଇଥାନ୍ତି ।ଏହାଛଡ଼ା ତାଙ୍କୁ ରାଜ୍ୟସଭା ସାଂସଦ ର ପେନସନ ବାବଦକୁ 30 ହଜାର ଟଙ୍କା ମିଳୁଛି। ଏହା ତ ସରକାରୀ ହିସାବରେ କିନ୍ତୁ ବାସ୍ତବ ରେ କହିବାକୁ ଗଲେ ଅନୁଭବ ଙ୍କ ମୋଟ ସମ୍ପତି ର ମୂଲ୍ୟ ପାଖାପାଖି 30କୋଟି ରୁ ଉର୍ଦ୍ଧ ହେବ ବୋଲି ଚର୍ଚ୍ଚା ହେଉଛି ।ସୂଚନା ଥାଉ କି ଅନୁଭବ ଗୋଟିଏ ଚଳଚିତ୍ର ପାଇଁ 20/25 ଲକ୍ଷ ପାରିଶ୍ରମିକ ପାଇଥାନ୍ତି ।ଅବଶ୍ୟ ରାଜନୀତି ରେ ପଶିବା ପରେ ଅନୁଭବ ସିନେମା ଦୁନିଆ ରୁ ଦୂରରେ ଅଛନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *